ଆସୁ ନାହାନ୍ତି ବେପାରୀ, ବିକ୍ରୀ ହୋଇପାରୁନୀ ପରିବା, ଚିନ୍ତାରେ ଚାଷୀ

ହାଟଡ଼ିହି (ଓ୍ବାଇଏନ୍ଏସ୍) : କରୋନା ସଂକ୍ରମଣ ରୋକିବା ଲାଗି ସମଗ୍ର ଭାରତବର୍ଷରେ ୨୧ଦିନିଆ ଲକଡାଉନ ଘୋଷଣା ପରେ ପରିବା ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପରିବା ବିକ୍ରୀ ପାଇଁ ବଜାର ବଟା ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ଉତ୍ପାଦିତ ପନିପରିବାକୁ ବିକ୍ରୀ କରିପାରୁ ନାହାନ୍ତି । ପନିପରିବା ବିକ୍ରୀପାିଁ କୌଣସି ରୋକ ଲଗାଇ ନଥିଲେବି ବେପାରୀ ମାନେ ଆସି ପାରୁ ନଥିବାରୁ ପନିପରିବା ସବୁ କମ ମୁଳ୍ୟରେ ଗତାଇ ଦେଉଛନ୍ତି ଚାଷୀ । ହାଟଡିହି ବ୍ଲକର ଶିବନାରାଣପୁର, ତରଭା, ବରେଶ୍ୱର, ପଞ୍ଚୁଗୋଛିଆ ଆଦି ଗ୍ରାମର ଶହଶହ ପରିବାର କେବଳ ଚାଷ ଉପରେ ହିଁ ନିର୍ଭରଶୀଳ । ସେମାନେ ଏହି ସମୟରେ ଫୁଲକୋବି, ବନ୍ଧାକୋବି, ବାଇଗଣ, ପୁଟଳ, ଭେଣ୍ଡି, ଜହ୍ନି, କାକୁଡି, କଖାରୁ ଆଦି ପନିପରିବା ଚାଷକରି ନିଜ ନିଜର ପରିବାର ପ୍ରତିପୋଷଣ କରନ୍ତି । ଶିବନାରାୟଣପୁର ଗ୍ରାମରେ ତିନିଶହରୁ ଉର୍ଦ୍ଧ ପରିବାରର କେବଳ ପନି ପରିବା ଚାଷକରି ତାଙ୍କର ବର୍ଷକର ଗୁଜୁରାଣ ମେଣ୍ଟାଇଥାନ୍ତି । ସେମାନେ ସେମାନଙ୍କ ଉତ୍ପାଦିତ ପରିବାକୁ ଛେନାପଦି ବଜାରକୁ ଆଣି ବିକ୍ରୀ କରିଥାନ୍ତି । ବିଶେଷକରି ସୋର, ଭଦ୍ରକ, କୁପାରୀ, ଆଗରପଡା, ଖଇରା ଅଞ୍ଚଳକୁ ସେହିସବୁ ପନିପରିବା ଯୋଗାଣ ହୋଇଥାଏ । କିନ୍ତୁ ଲକଡାଉନ ପରେ ପରେ ପୁଲିସର ମାଡ ଭୟରେ ବେପାରୀମାନେ ଆସୁ ନଥିବାରୁ ଚାଷୀମାନେ ମଧ୍ୟ ସେପରି ପନିପରିବା ଧରି ବଜାରକୁ ଆସୁ ନାହାନ୍ତି । ଯିଏବି କିଛି ପରିବା ତୋଳୁଛନ୍ତି ସେମାନଙ୍କ ଘର ନିକଟକୁ ଯେଉଁ ବେପାରୀମାନେ ଯାଇ କିଛି କିଛି ପନିପରିବା ଆଣୁଥିଲେ ମଧ୍ୟ ଅନେକ ପରିବା ଘରେ ପଚିଷଢ଼ି ନଷ୍ଟ ହେଉଛି ବୋଲି ଚାଷୀ ବଳରାମ ଘଡେଇ, ଗଣେଶ ଗିରି, ସୁଦାମ ସାହୁ, ନନ୍ଦ କିଶୋର ବେହେରା, ମଣ୍ଟୁ ଜେନା, ଅର୍ଜୁନ ସାହୁ, ବିଦ୍ୟାଧର ମହାନ୍ତି, କୈଳାଶ ଗିରି, ଜୟଦେବ ଖଣ୍ଡା, ବିଷ୍ଣୁ ଚରଣ ଖଣ୍ଡା, ମଦନ ଗିରି, ସାଗର ସା, ହୃଷି ପରିଡା ପ୍ରମୁଖ ଚାଷୀମାନେ କହିଛନ୍ତି । ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଚାଲୁଥିବାବେଳେ ପନିପରିବା ବ୍ୟବସାୟ ଉପରୁ କଯକଣା ହଟାଇ ଦେଇଥିଲେବି ପୁର୍ବରୁ କ୍ଷତି ସହିଥିବା ଚାଷୀଙ୍କ କ୍ଷତିର ଭରଣା କରିବ କିଏ ଏହାହିଁ ଚିନ୍ତାର କାରଣ ପାଲଟିଛି । ସରକାର ଚାଷୀ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ