ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି ହେଲା ଆୟକର ରିଟର୍ଣ୍ଣ ଦାଖଲ

ନୂଆଦିଲ୍ଲୀ, : କରୋନା ମହାମାରୀକୁ ଦୃଷ୍ଟିରୁ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ଆୟକର ରିଟର୍ଣ୍ଣ ଦାଖଲ ତାରିଖ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଶନିବାର ଆୟକର ବିଭାଗ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । ଟୁଇଟ୍ କରି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ବର୍ତମାନର ଅବସ୍ଥାକୁ ହୃଦୟଙ୍ଗମ କରି ଆୟକର ଦାଖଲର ଶେଷ ତାରିଖକୁ ଘୁଂଚାଇ ଦିଆଯାଇଛି । ଆର୍ଥିକ ବର୍ଷ ୧୯-୨୦ ପାଇଁ ଆୟକର ଦାଖଲ ତାରିଖ ନଭେମ୍ବର ୩୦, ୨୦୨୦ ଯାଏଁ ବୃଦ୍ଧି କରାଯାଇଛି । ଟିକସ ଦାତାଙ୍କୁ ଆହୁରି ଆଶ୍ୱସ୍ତି ଦେଇ ଗତ ସପ୍ତାହରେ ସେଂଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସ୍ ବିଜ୍ଞପ୍ତି ମାଧ୍ୟମରେ ଆର୍ôଥକ ବର୍ଷ ୨୦୧୮-୧୯ର ସମୟ ସୀମା ଆହୁରି ମାସେ ବଢ଼ାଇ ଦେଇ ଜୁଲାଇ ୩୧, ୨୦୨୦ କରିଥିଲା । ସେଂଟ୍ରାଲ୍ ବୋର୍ଡ ଅଫ୍ ଡାଇରେକ୍ଟ୍ ଟ୍ୟାକ୍ସ୍ ବର୍ଷ ୨୦୧୯-୨୦ ଆଇଟି ଆକ୍ଟ୍ ରେ ଥିବା ବିଭିନ୍ନ ବିନିଯୋଗରୁ ଡିଡକ୍ସନ୍ ଲାଗି ସମୟ ସୀମା ଜୁଲାଇ ୩୧, ୨୦୨୦ ଘୁଂଚାଇ ଦେଇଥିଲା । ୮୦ସି (ଏଲ୍‌ଆଇସି, ପିପିଏଫ୍‌, ଏନ୍‌ଏସ୍‌ସି), ୮୦ ଡି (ମେଡିକ୍ଲେମ୍‌), ୮୦ ଜି (ଅନୁଦାନ) ଆଦି ଏହି ଆକ୍ଟ୍ ଅଧୀନରେ ଆସୁଛି । ଏହାଛଡ଼ା ପୂର୍ବରୁ କେନ୍ଦ୍ର ସରକାର ବାୟୋମେଟ୍ରିକ୍ ଆଧାର ପାନ୍ ଲିଙ୍କ୍ ସମୟ ସୀମା ମାର୍ଚ ୩୧, ୨୦୨୧ ଯାଏଁ ବୃଦ୍ଧି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ