ଆୟୁଧ ପକ୍ଷରୁ ଯୁବବର୍ଗଙ୍କ ସଶକ୍ତିକରଣ ପାଇଁ କ୍ଷେତ୍ରୀୟ ବୈଠକ

ଭୁବନେଶ୍ୱର,: ବିଶ୍ୱବ୍ୟାପି ନିଜର କାର୍ଯ୍ୟଧାରା ଜାରି ରଖିଥିବା ଧାମିର୍କ ଯୁବ ସଂଗଠନ ଆୟୁଧ ପକ୍ଷରୁ ଯୁବବର୍ଗଙ୍କ ଦକ୍ଷତ ବୃଦ୍ଧି, ସଶକ୍ତି କରଣ ତଥା ଆଧ୍ୟତ୍ମିକ ଭାବନା ଜାଗ୍ରତ ପାଇଁ ଓଡ଼ିଶାର ଭୁବନେଶ୍ୱରରେ ଏକ କ୍ଷେତ୍ରୀୟ ବୈଠକ ଆୟୋଜନ ନିମନ୍ତେ ଯୋଜନା କରାଯାଇଛି । ମାତା ଅମୃତାନନ୍ଦମୟୀ ମଠର ଏହି ଯୁବ ଶାଖା ପକ୍ଷରୁ ଏକ ଦିନିଆ କ୍ଷେତ୍ରୀୟ ପ୍ରି-କ୍ୟାମ୍ପ୍ ଯୁବ ବୈଠକ ୨୦୧୯ ଡିସେମ୍ବର ୧ ତାରିଖରେ ଭୁବନେଶ୍ୱର ପୋଖରିପୁଟ ଡିଏଭି ପବ୍ଲିକ୍ ସ୍କୁଲ ପ୍ରେକ୍ଷାଳୟରେ ୧ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଶିଷ୍ଟ ଯୁବବର୍ଗ ଏବଂ ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ ଯୋଗଦେଇଛନ୍ତି । ୧୫ରୁ ୩୦ ବର୍ଷ ବୟସ୍କ ଯୁବବର୍ଗ ଏଥିପାଇଁ ମାଗଣାରେ ୱେବସାଇଟ୍‌ରେ ପଞ୍ଜିକରଣ କରିପାରିବେ । ଯୁବବର୍ଗଙ୍କ ମଧ୍ୟରେ କିଭଳି ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେବା ସହିତ ଏହାର ବିକାଶ ସମ୍ଭବ ହୋଇ ପାରିବ ତାହା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ । ଯୁବବର୍ଗଙ୍କମ ମଧ୍ୟରେ କିଭଳି ଭାରତୀୟ ସଂସ୍କୃତି, ପରମ୍ପରା, ମୂଲ୍ୟବୋଧ ସୃଷ୍ଟି କରାଯାଇପାରିବ ତାହା ଏହି ବୈଠକରେ ଆଲୋଚନା କରାଯିବ । ତେଣୁ ଯୁବବର୍ଗଙ୍କୁ ବକ୍ତବ୍ୟ,ଧ୍ୟାନ, କୁଇଜ୍ ଏବଂ କର୍ମଶାଳା, ଦଳଗତ ଆଲୋଚନା, ସଙ୍ଗୀତ, ଭିଡ଼ିଓ ଶୁଟ୍ ଏବଂ ଖେଳ ମାଧ୍ୟମରେ ଆକର୍ଷିତ କରାଯାଇଥାଏ । ବୈଠକରେ ଯୋଗଦେଇଥିବା ଯୁବବର୍ଗଙ୍କୁ ଧ୍ୟାନ, ନେତୃତ୍ୱ, ଆତ୍ମ ସଶକ୍ତି କରଣ, ଗୋଷ୍ଠୀଗତ ସେବା କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯାଇଥାଏ । ସେହିପରି ଅମୃତା ମାନବିକ ଜ୍ଞାନକୌଶଳ ଅନ୍ତର୍ଗତ ଜାତିସଂଘର ଲକ୍ଷ୍ୟ ପୂରଣ ପାଇଁ ଯୁବବର୍ଗଙ୍କ ଜୀବନଜୀବିକା ବିକାଶକୁ ତ୍ୱରାନ୍ୱିତ କରାଯାଉଛି ।

କ୍ଷେତ୍ରୀୟ ଶିବିର ପରେ ଜାତୀୟ ସ୍ତରୀୟ ଶିବିର ୨୦୨୦ର ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ହେବ । ଏହି ଏକ ଦିବସୀୟ ବୈଠକରେ ଯୋଗଦେଇଥିବା ଯୁବବର୍ଗଙ୍କୁ କ୍ଷେତ୍ରୀୟ ସମ୍ମିଳନୀ ପରେ ଜାତୀୟସ୍ତରୀୟ ସମ୍ମିଳନୀରେ ଯୋଗଦେବାର ଅବସର ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ