ଆ•ର୍ଯ୍ୟ ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର,( ଯୁଗାବ୍ଦ ନୁ୍ୟଜ୍) : ସ୍ୱାଧୀନତା ଆନେ୍ଦାଳନର ପ୍ରଥମ ବ୍ୟକ୍ତି ସତ୍ୟାଗ୍ରହୀ ତଥା ଭୂଦାନ ଆନେ୍ଦାଳନର ପୁରୋଧା ଭାରତରନô ଆ•ର୍ଯ୍ୟ ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ ଭୁବନେଶ୍ୱର ଜୟଦେବ ଭବନ ସଭାଗୃହରେ ପାଳିତ ହୋଇଯାଇଛି । ବିନୋବା ସେବା ପ୍ରତିÂାନ ପକ୍ଷରୁ ଆୟୋଜିତ ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି, ନୂଆଦିଲ୍ଲୀ, ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର, ଓଡ଼ିଶା ଗାନ୍ଧୀବାଦୀ ଫୋରମ ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ ମିଳିତ ସହଯୋଗରେ ଅନୁÂିତ ଏହି ଜାତୀୟ ସମ୍ମିଳନୀକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ବିନୋବା ଗାନ୍ଧୀଙ୍କ ପ୍ରକୃତ ଦାୟାଦ ଥିଲେ । କାରଣ ତାଙ୍କର ସ୍ୱପ୍ନର ଭାରତ ନିର୍ମାଣ ବିନୋବା ହିଁ ଆରମ୍ଭ କରିଥିଲେ । ଭୂଦାନ ଓ ଗ୍ରାମଦାନ ମାଧ୍ୟମରେ ସଶକ୍ତ ଓ ବିକଶିତ ଭାରତର ବୀଜରୋପଣ ବିନୋବା କରିଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ବିନୋବାଜୀ ଜଣେ ବାସ୍ତବିକ ଜ୍ଞାନୀ ଓ ପଣ୍ଡିତ ଥିଲେ । କାରଣ ବହୁଭାଷା ଓ ଧର୍ମଗ୍ରନ୍ଥକୁ ଅଧ୍ୟୟନ କରି ତାର ସାଂରାଶକୁ ଅତି ସୂକ୍ଷ୍ମରେ ଲୋକମାନଙ୍କ ପାଖରେ ପହଞ୍ଚାଇ ପାରିଥିଲେ । ଗାନ୍ଧିଜୀଙ୍କ ସ୍ୱପ୍ନର ଗ୍ରାମ ସ୍ୱରାଜ ଓ ସ୍ୱାବଲମ୍ବନ ସମାଜର ନିର୍ମାଣ ବିନୋବା ହିଁ ଆରମ୍ଭ କରିଥିଲେ ବୋଲି ମୁଖ୍ୟବକ୍ତା ରୂପେ ଯୋଗଦେଇ ଆ•ର୍ଯ୍ୟ କୁଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ଡଃ ପୁଷ୍ପିତା ଅବସ୍ତି କହିଥିଲେ । ବିନୋବାଜୀଙ୍କ ଦ୍ୱାରା ପ୍ରତିÂିତ ଆ•ର୍ଯ୍ୟକୁଳ ଏବେ ବି ସମାଜକୁ ମାର୍ଗଦର୍ଶନ କରିବାରେ ପ୍ରମୁଖ ଭୂମିକା ନେଉଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ମନଯୋଗ ଦ୍ୱାରା ମନୁଷ୍ୟତା ପ୍ରାପ୍ତ ହୋଇଥାଏ । ଭାବନାତ୍ମକ ଏକତା ଦେଶକୁ ସମୃଦ୍ଧ କରିବାରେ ଗଠନମୂଳକ ଭୂମିକା ନେଇଥାଏ ବୋଲି ଡଃ ଅବସ୍ତି କହିଥିଲେ । ବିନୋବା ସେବା ପ୍ରତିÂାନର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ମାନବାଧିକାର ପ୍ରବକ୍ତା ମନୋଜ ଜେନା ଉଦ୍ଘାଟନୀ ସଭାକୁ ପୌରହିତ୍ୟ କରିବା ସହ ସଂଗଠନ କିଭଳି ଗାନ୍ଧୀ ଓ ବିନୋବାଙ୍କ ବି•ରଧାରାକୁ ନେଇ ବିଭିନ୍ନ ରଚନାତ୍ମକ କାର୍ଯ୍ୟ କରୁଛି ତାହା କହିଥିଲେ । ଓଡ଼ିଶା ଗାନ୍ଧିବାଦୀ ଫୋରମ ଅଧ୍ୟକ୍ଷା ଡଃ ରୀନ ରାଉତରାୟ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେ୍ଧଶ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ରଖିଥିଲେ ।ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାମ୍ପ୍ରତିକ ସମାଜରେ ଧନୀ ଓ ଗରିବ ଭିତରେ ବୈଷମ୍ୟ ବଢୁଥିବା ବେଳେ ଗାନ୍ଧୀ ଓ ବିନୋବାଙ୍କ ବି•ରକୁ ସରକାର ନ ଆପଣେଇଲେ ଆଗକୁ ଜଟିଳ ପରିସ୍ଥିତ ସୃଷ୍ଟି ହେବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ରୂପେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ବିନୋବାଜୀଙ୍କ ଭୂଦାନ ଆନେ୍ଦାଳନକୁ ଐତିହାସିକ ଆନେ୍ଦାଳନ ରୂପେ କହିବା ସହ ସମାଜରେ ସାମ୍ୟବାଦ ଓ ସମାଜବାଦ ପ୍ରତିÂାର ରୂପ ଦେଇଥିଲା ବୋଲି କହିଥିଲେ । ଗରିବ ଓ ଭୂମିହୀନଙ୍କୁ ବିକାଶର ମୁଖ୍ୟସ୍ରୋତରେ ଆଣିବାକୁ ଭୂଦାନ ଆନେ୍ଦାଳନ ଶ୍ରେÂ ଭୂମିକା ନେଇଥିଲା ବୋଲି ସେ ଜୋର୍ ଦେଇ କହିଥିଲେ । ମହିଳା ଅଧିକାର ଅଭିଯାନର ଅଧ୍ୟକ୍ଷା ନମ୍ରତା ଚଢା ମହିଳାଙ୍କ ଉପରେ ବଢୁଥିବା ହିଂସା ଗାନ୍ଧୀ ଓ ବିନୋବାଙ୍କ ବି•ରର ପରିପନ୍ଥୀ ବୋଲି ବର୍ଣ୍ଣନା କରିବା ସହ ମହିଳା ସଶକ୍ତିକରଣରେ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ । ଇତ୍ୟବସରରେ ମଧ୍ୟପ୍ରଦେଶର ବିଶିଷ୍ଟ ସର୍ବୋଦୟ କର୍ମୀ ଶ୍ରୀଯୁକ୍ତ କୈଳାସ ଆଦମୀ ଯେ କି ଚମ୍ବଲ ଡ଼କାୟତ ସମର୍ପଣରେ ଏକ ପ୍ରମୁଖ ଭୂମିକା ନେଇଥିଲେ ତାଙ୍କୁ ଚଳିତବର୍ଷ ପାଇଁ ବିନୋବା ସେବା ପ୍ରତିÂାନ ପକ୍ଷରୁ ଗାନ୍ଧୀ-ବିନୋବା ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପ୍ରତିÂାନ ପକ୍ଷରୁ ଗରିବ ଓ ଅବହେଳିତ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବନ କରିବା ପାଇଁ ‘ମା ରୋଷେଇ’ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ଏହାର ରାଜ୍ୟ ସଂଯୋଜିକା ରୂପେ ସସ୍ମିତା ମିଶ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଏକ ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ ମୁଖ୍ୟଅତିଥିଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା । ଓଡ଼ିଶା ଗାନ୍ଧିବାଦୀ ଫୋରମ୍ର ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ ଗାନ୍ଧୀ ଗୀତ ଓ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରି•ଳନାରେ ବାସୁଦେବ ଭଟ୍ଟ, ରାଜୀବ ପଟ୍ଟନାୟକ, ରମେଶ ଭାରତୀ, ଦୀପକ ମହାନ୍ତି, ସ୍ମୃତିରେଖା ନାୟକ, ଆଶୁତୋଷ ସାମଲ, ପ୍ରଦୀପ ଜେନା, ଭାରତୀ •ଟାର୍ଜୀ, ସସ୍ମିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।