କ୍ଲଷ୍ଟର ସ୍ତରୀୟ ଟି ଏଲ୍ ଏମ୍ ମେଳା ଅନୁÂିତ
ବେଲଗୁଣ୍ଠା,(ଯୁଗାବ୍ଦ ନୁ୍ୟଜ୍) : ବେଲଗୁଣ୍ଠା ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟା,ଳୟ ପରିସରରେ ପ୍ରଧାନ ଶିକ୍ଷକ ନିଶାକାର ନାୟକଙ୍କ ଦ୍ୱାରା ଉଦ୍ଘାଟନ ହୋଇଯାଇଛି ।ସିଆରସିସି ମୃତୁ୍ୟଞ୍ଜୟ ବେହେରାଙ୍କ ସଂଯୋଜନାରେ କ୍ଲଷ୍ଟର ଅନ୍ତର୍ଗତ ୧୩୨ ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଟି ଏଲ ଏମ୍ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଥିଲେ ।ବିଭିନ୍ନ ଶ୍ରେଣୀର ବିଭିନ୍ନ ପ୍ରସଙ୍ଗ ଅନୁଯାୟୀ ୨୦୮ ଗୋଟି ଟି ଏଲ ଏମ୍ ପ୍ରଦର୍ଶନ ହୋଇଥିଲା । ସମସ୍ତ ମଧ୍ୟରୁ ବିଚାରକ ମଣ୍ମଳୀ ୧୦ ଗୋଟି ଟି ଏଲ ଏମ୍ ବିଚାରକ ମଣ୍ଡଳୀ ମନୋନୀତ କରିଥିଲେ ।କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ପତି ଓ ବିଜୟ କୁମାର ସ୍ୱାଇଁ ବିଚାରକ ଭାବେ ଦାଇତ୍ୱ ତୁଲାଇଥିଲେ ।ସହକାରୀ ଶିକ୍ଷକ ଯଥା ସୁବାସ ପ୍ରଧାନ, ନିବେଦି୍ତା କର ,ସତୀଶ ମହାରଣା ,କିର୍ତ୍ତୀ ସୁତା ମହାପାତ୍ର ,ଅରବିନ୍ଦ ସାହୁ , ସୁଶିଳା ପଣ୍ଡା , ଅଶୋକ ଜେନା କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରିବାରେ ସହଯୋଗ କରିଥିବା ବେଳେ ସିଆସିସି ଶେଷରେ ମୃତୁ୍ୟଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।


