ଇଂରାଜୀ ବିଭାଗ ଆଲୋଚନା ଚକ୍ର ଅନୁଷ୍ଠିତ
ଗାଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): କ୍ଷତ୍ର୍ରିୟବରପୁର ଆଂଚଳିକ ବିଜ୍ଞାନ ମହାବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ସାମ ଅଫ୍ ଲାଇଫ୍ ସଂପର୍କରେ ଆଲୋଚନା ଚକ୍ର ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ ଅଧକ୍ଷ ସୂର୍ଯ୍ୟନାରାୟଣ ମହାନ୍ତି ଏହାକୁ ଉଦଘାଟନ କରିଥିବା ବେଳେ ଇଂରାଜୀ ବିଭାଗର ମୁଖ୍ୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୋନାଲିସା ଗୈାଡ,ସଂଗୀତା ସ୍ୱାଇଁ ,ନିଜର ଲିଖନ ଉପସ୍ଥାପନ କରିଥିଲେ ।ଏଥିରେ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧାପକ ରାମଚନ୍ଦ୍ର ମହାନ୍ତି, ଅଧାପକ ପ୍ରକାଶ ଚନ୍ଦ୍ର ଆଲଟିଆ ,ଡକ୍ଟର ପ୍ରଦୀପ କୁମାର ତ୍ରିପାଠୀ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।କାହ୍ନୁ ସ୍ୱାଇଁ ସ୍ୱାଗତ ଭାଷଣ କରିଥିବା ବେଳେ ଆଶାଲତା ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଲକ୍ଷ୍ମୀ ପାଢୀ ,ସନ୍ତୋଷୀ ପରିଡା,ବିଷ୍ଣୁ ପ୍ରସାଦ ପଟ୍ଟନାୟକ,କପିଳ ସାହୁ, ସୁଶାନ୍ତ କୁମାର ଲେଙ୍କା ,କୁମୁଦ ଚନ୍ଦ୍ର ମହାପାତ୍ର, ବିବେକା ନନ୍ଦ କର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।


