କାଦବରାଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ
ବନ୍ତ,(ଯୁଗାଦ୍ଦ ନ୍ୟୁଜ୍) : ବନ୍ତ ବ୍ଲକ କାଦବରାଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହରେକୃଷ୍ଣ ପୃଷ୍ଟି କ୍ରୀଡା ଉତ୍ସବକୁ ପ୍ରଦୀପ ଓ କ୍ରୀଡା ପତାକା ଉତ୍ତୋଳନ କରି ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ରାଉଳ ଯୋଗ ଦେଇ କ୍ରୀଡା ଶିକ୍ଷ।।ର ଏକ ଅଭିନ୍ନ ଅଂଗ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ୧୦୦, ୨୦୦ ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଜାଭଲିନ୍, ଡିସ୍କସ୍ ଥ୍ରୋ, ଧିର ସାଇକେଲ ଚାଳନା, ମ୍ୟୁଜିକ୍ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ କ୍ରୀଡାକୁ ଶିକ୍ଷୟିତ୍ରୀ ସଂଗୀତା କୁମାରୀ ବେହେରା ପରିଚାଳନା କରିଥିଲେ । ଏଥିରେ ଶିକ୍ଷୟିତ୍ରୀ ଲିଲି ପରିଡା, ଅନୁରାଧା ପାଣିଗ୍ରାହୀ, ଲୋପାମୁଦ୍ରା ସ୍ୱାଇଁ, ଶକୁନ୍ତଳା ରାଉତ, ଶୁଭଶ୍ରୀ ପଣ୍ଡୁ, ସସ୍ମିତା ପାଣିଗ୍ରାହୀ, ଭାସ୍ୱତୀ ଜେନା, ଯଶୋଦା ଜେନା, ଅନିତା ସେଠୀ, ଗାୟତ୍ରୀ ଜେନା, ଜସ୍ମିନ ରାଉତ, ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁ, ଭଗବାନ ପୁରୀ, ସୁକାନ୍ତ କୁମାର ସିଂ, ଗୋପିନାଥ ପୁହାଣ, ନିରଂଜନ ପଲେଇ, ଶିକ୍ଷାକର୍ମଚାରୀ ରୀତାରାଣୀ ରାଉତ, ଜଗନ୍ନାଥ ପଣ୍ଡା, ହରିହର ପଲେଇ, ଆଶିଷ କୁମାର ବିଶ୍ୱାଳ ସହଯୋଗ କରିଥିଲେ ।


