ଇଂରାଜୀ ରାମଜାନ ବେଗ ଭଞ୍ଜ ସେନାର ନବ ନିଯୁକ୍ତ ସାଧାରଣ ସଂପାଦକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ସବୁଠାରୁ ପୁରାତନ ଅଣ ରାଜନୈତିକ ବୈପ୍ଳବିକ ସଂଗଠନ’ଭଂଜସେନା ‘ର ପ୍ରାଣ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା (ସଫି)ଙ୍କର ଅନୁମୋଦନ କ୍ରମେ ବାମନ ଘାଟି ଉପଖଣ୍ଡର ଜାମଦା ବ୍ଳକର ବଡଦୁନ୍ଦୁ ଗ୍ରାମର ଯୁବ ସମାଜସେବୀ ଉଚ୍ଚ ଶିକ୍ଷିତ ଇଂ ରାମଜାନ ବେଗଙ୍କୁ ଜିଲ୍ଲାର ସାଧାରଣ ସଂପାଦକ ଭାବେ ମନୋନୀତ କରାଯାଇଛି । ଦୁର୍ନୀତି, ସାମାଜିକ ନ୍ୟାୟ ପାଇଁ ତାଙ୍କ ଜୀବନ ଶେଷ ବିନ୍ଦୁ ପର୍ଯ୍ୟନ୍ତ ସେ ଲଢ଼ିବେ ବୋଲି ଗଣମାଧ୍ୟମକୁ ସୂଚାଇଥିଲେ । ତାଙ୍କ ନିଯୁକ୍ତିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଯୁବ ମହଲରେ ଆନନ୍ଦ ଲହରି ଖେଳି ଯାଇଛି ।


