ଇଂ ସତ୍ୟବ୍ରତ ରାଉତଙ୍କ ଶ୍ରଦ୍ଦାଞ୍ଜଳୀ ସଭା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୁଲଣ ପଞ୍ଚାୟତ ଜଳସରପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ ତଥା ପ୍ରବଚକ ହୃଷିକେଶ ରାଉତଙ୍କ ସୁପୁତ୍ର ତଥା ଝାରସୁଗୁଡାରେ ଓଡିଶା ପାୱାର ଟ୍ରାନସମିଶନ କର୍ପୋରେସନ ଲିମିଟେଡରେ ଡିଜିଏମ ଭାବେ କାର୍ଯ୍ୟରତ ସତ୍ୟବ୍ରତ ରାଉତଙ୍କ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ନିଜ ଗ୍ରାମ ଜଳସରପୁରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁର୍ବତନ ବିଧାୟକ ମାୟାଧର ଜେନା, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବିଜେଡି ନେତା ନାରାୟଣ ଜେନା, ବିମଳ କିଶୋର ଜେନା, ମହେନ୍ଦ୍ର ପ୍ରଧାନ, ବିଶ୍ୱନାଥ ନାୟକ, ଶଶିକାନ୍ତ ବିଶ୍ୱାଳ, ତ୍ରୀଲୋଚନ ସା, ରାମଚନ୍ଦ୍ର ରାଉତ, ଉମାକାନ୍ତ ରାଉତ, ଖଗେଶ୍ୱର ରାଉତ, ଅର୍ଜୁନ ଚରଣ ରାଉତ, ସରୋଜ ଚକ୍ର, ଅଭିରାମ ରାଉତ, ଦିଲ୍ଲିପ କୁମାର ମଲ୍ଲିକ, ଧିରେନ୍ଦ୍ର ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ସ୍ମୃତିଚାରଣ କରିଥିଲେ । ଝାରସୁଗୁଡାରୁ ଅନେକ ସହକର୍ମୀ ଓ ବିଭାଗୀୟ ଅଧିକାରୀ ମାନେ ସଭାରେ ଯୋଗଦେଇ ଶ୍ରୀ ରାଉତଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ହୃଷିକେଶ ରାଉତ, ରୁକ୍ମଣୀ ରାଉତ, ଦ୍ୱିପାଞ୍ଜଳୀ ରାଉତ, ମନୋରଞ୍ଜନ, ସୁକାନ୍ତ, ଅଶୋକ, ସନ୍ଦିପ ଶ୍ରୀନିବାସ, ଅଙ୍କିତା, ରାଜା, ଅଶିତ, ଜ୍ୟୋତି ପ୍ରକାଶ, ସୌମ୍ୟଜିତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ