ଇକୋ ଡେଭେଲପମେଣ୍ଟ କମିଟି ପକ୍ଷରୁ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ଦାବିପତ୍ର ପ୍ରଦାନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ବନବିଭାଗ ଦ୍ବାରା ପରିଚାଳିତ ୧୯ଗୋଟି ଇକୋ ଡେଭେଲପମେଣ୍ଟ କମିଟିର ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଇକୋ ଡେଭେଲପମେଣ୍ଟ କମିଟି ସମୂହ ପକ୍ଷରୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଖବରରୁ ପ୍ରକାଶ ଯେ କୋଣାର୍କ ବନାଚଂଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୯ଗୋଟି ଇକୋ ଡେଭେଲପମେଣ୍ଟ କମିଟିର ମାଇକ୍ରୋ ପ୍ଲାନର କାର୍ଯ୍ୟକାରୀ କରିବା, ପ୍ରତ୍ୟେକ ସମିତି ନିମନ୍ତେ ସ୍ଥାୟୀ ଗୃହ ନିର୍ମାଣ, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସାଇନ ବୋର୍ଡ ଲଗାଇବା, ଇକୋ ରିଟ୍ରିଟ ଯୋଗୁଁ କଇଁଚ ମାନଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତର ସୁବିଚାର କରିବା, ଜଂଗଲ ସୀମା ସୁରକ୍ଷିତ ରଖିବା ପାଇଁ ପ୍ରାଚୀର ନିର୍ମାଣ ଆଦି ୫ଦଫା ଦାବି ସମ୍ବଳିତ ଦାବିପତ୍ର କାର୍ଯ୍ୟକାରୀ କରିବା ପାଇଁ ସୂର୍ଯ୍ୟ ନାରାୟଣ ଇକୋ ଡେଭେଲପମେଣ୍ଟ କମିଟି ମହାସଂଘ ପକ୍ଷରୁ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ମହାସଂଘର ସଭାପତି ଭାଗୀରଥୀ ସ୍ଵାଇଁ, ସଂପାଦକ ବିଶ୍ବଜିତ ନାୟକ, ରାଉଳପାଟଣା ଇଡିସି ସଭାପତି ପହଲି କାଣ୍ଡି, କୁଞମଠ ଇଡିସି ସଭାପତି ଆଲୋକ ଦାସ, ମାଙ୍କରଗୋରଡି ଇଡିସି ସଭାପତି ବିନାୟକ ସ୍ବାଇଁ ଓ ନାଗାମଠ ଇଡିସି ସଭାପତି ରବିନ୍ଦ୍ର ନାଥ ଗଣ୍ଠିଆ ପ୍ରମୁଖ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ