ସୁସ୍ଥ ପରିବେଶ ନିମନ୍ତେ ମୁଭ ଅନ ୟାର୍ଥ ଅଭିଯାନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ଯାତ୍ରୀ ନିବାସ ବାଙ୍କୁଏଟ ହଲ ଠାରେ ସ୍ବଇଚ ଅନ ଫାଉଣ୍ଡେସନ, ହେଲପ ମିଶନ ଓ ପ୍ରେରଣା ଇଣ୍ଟରନ୍ୟାସନାଲ ମିଳିତ ଆନୁକୁଲ୍ୟରେ ପରିବେଶ ସୁରକ୍ଷା ଓ ସୁସ୍ଥ ପରିବେଶ ନିମନ୍ତେ ମୁଭ ଅନ ୟାର୍ଥ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ପ୍ରେରଣା ଇଣ୍ଟରନ୍ୟାସନାଲର ଅଧ୍ୟକ୍ଷ ବିଶିଷ୍ଟ ପରିବେଶବିତ ତଥା ପ୍ରାକ୍ତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ସୁଇଚ ଅନ ଫାଉଣ୍ଡେସନର ପ୍ରତିଷ୍ଠାତା ନିର୍ଦ୍ଦେଶକ ତଥା କୋଲକାତାର ବିଶିଷ୍ଟ ପରିବେଶବିତ ବିନୟ ଜୀଜୁ ପ୍ରଶିକ୍ଷଣ ଭାବେ ଯୋଗ ଦେଇ ପରିବେଶକୁ ପ୍ରଦୂଷିତ କରୁଥିବା ବିଭିନ୍ନ ବସ୍ତୁକୁ ମାନବ ସମାଜ ବ୍ଯବହାର ନ କରି ପ୍ରତ୍ଯାଖ୍ଯାନ କରିବା ଅପରିହାର୍ଯ୍ୟ। ସାମ୍ପ୍ରତିକ ସମୟରେ ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବା ସହ ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଯୋଗୁଁ ପୃଥିବୀ ମା ଙ୍କ ପ୍ରତି ସାମ୍ଭାବ୍ୟ ବିପଦ ଆଶଙ୍କା ରହିଛି। ପ୍ରାକୃତିକ ବିପର୍ଯ୍ୟୟ ମାନବ ସମାଜର ଜନଜୀବନ ପ୍ରଭାବିତ କରୁଛି। ଏପରି ସ୍ଥଳେ ସୁସ୍ଥ ପରିବେଶ ବିନା ପୃଥିବୀ ପୃଷ୍ଠରେ ଜୀବ ଜଗତ ତିଷ୍ଠି ରହିବା ସମ୍ଭବପର ନୁହେଁ ବୋଲି ବିଶିଷ୍ଟ ପରିବେଶବିତ ତଥା ପ୍ରାକ୍ତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ମତବ୍ୟକ୍ତ କରିଥିଲେ। ମିଶନ ହେଲପର ନିର୍ଦ୍ଦେଶିକା ତଥା ସିନେ ଅଭିନେତ୍ରୀ ଓ ସମାଜସେବୀ ନମ୍ରତା ସିଂଦେଓ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସୁସ୍ଥ ପରିବେଶ ନିମନ୍ତେ ଯୁବ ଓ ଛାତ୍ର ସମାଜ ବ୍ଯାପକ ବୃକ୍ଷ ରୋପଣ କରି ପରିବେଶକୁ ସୁରକ୍ଷା ଦେବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଓ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଯୋଗ ଦେଇ ଯୁବ ଓ ଛାତ୍ର ସମାଜ ଏ ଦିଗରେ ସମାଜରେ ସୁସ୍ଥ ପରିବେଶ ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସାମାଜିକ କର୍ମୀ ମିହିର କୁମାର ବାରିକ ଗୀତ ମାଧ୍ୟମରେ ପରିବେଶ ସୁରକ୍ଷା କ୍ଷେତ୍ରରେ ବାର୍ତ୍ତା ସିଛନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ