ଇଞ୍ଚୋଳରେ ମା ତାରିଣୀ ରେଡ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହାଟଡିହିକୁ ହରାଇ ବନ୍ଦାଳ ଚମ୍ପିୟନ

ହାଟଡିହି,(ବିକାଶ ବିଶ୍ୱାଳ ): ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ମା ତାରିଣୀ ରେଡ ଟେନିସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ପଞ୍ଚାୟତର ବିଜୁ ଯୁବ ଜନତା ଦଳ ପକ୍ଷରୁ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ହାଟଡିହି, ରଟିଣା, ପଢ଼ିଆରିପଲ୍ଲୀ, ଆଭେଞ୍ଜର ଅଁରା, ବନ୍ଦାଳ, ଆଗରପଡା, ରାଣୀଗୋଡା ଓ ଯାଜପୁରର ମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ରିଙ୍ଗଷ୍ଟାର ବନ୍ଦାଳ ବି.ଏଚ.ସି.ଟି ହାଟଡିହିକୁ ୧୬ରନରେ ପରାସ୍ତକରି ଚମ୍ପିୟନ ହୋଇଛି । ପ୍ରଥମେ ରିଙ୍ଗଷ୍ଟାର ବନ୍ଦାଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୬ଓଭରରେ ୧୫୭ରନ ସଂଗ୍ରହ କରିଥିବାବେଳେ ତାର ଜବାବରେ ବି.ଏଚ.ସି.ଟି ହାଟଡିହି ସମସ୍ତ ଉଇକେଟ ହରାଇ ୧୪୧ରନ ସଂଗ୍ରହ କରିଥିଲା । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରôତ ସେଠୀ, ଜିଲ୍ଲା ପରିଷଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ପଞ୍ଚାୟତ ବିଜେଡି ସଭାପତି ଅଭିମନ୍ୟୁ ସେଠୀ, ସରପଞ୍ଚ ପାର୍ବତୀ ନାଇକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ବନ୍ଦାଳର ବିମଲ କୁମାର ଓ ମ୍ୟାନ ଅଫ ଦ ସିରିଜ ଜିତେନ୍ଦ୍ର ନାୟକଙ୍କୁ ପୁରସ୍କୃତ କରାଯାଇଥିଲା । ଅମ୍ପାୟାର ଭାବେ କାର୍ତ୍ତିକେଶ୍ୱର ମଲ୍ଲିକ, ବଳରାମ ରାଉତ, ନଗେନ ସା ଖେଳ ପରିଚାଳନା କରିଥିବାବେଳେ ସ୍କୋର ଅକ୍ଷୟ ସ୍ୱାଇଁ, ଦେବବ୍ରତ ମଲ୍ଲିକ ଓ ଭାଷ୍ୟକାର ଭାବେ ଉମାକାନ୍ତ ଜେନା, ଭୁବନାନନ୍ଦ ଜେନା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ମନୋଜ ରାଉତ, ପି.ଏଲ. ଶୁଭମ ମହାପାତ୍ର, ଯୋଗେଶ୍ୱର ପାତ୍ର, ଜଗନ୍ନାଥ ରାଉତ, ଜିତେନ୍ଦ୍ର ରାଉତ, ବଳରାମ ରାଉତ, ଜଗନ୍ନାଥ ରାଉତ, ବିପିନି ସ୍ୱାଇଁ, ଅମର ରାଉତ, କମଳ ସା, ଶଶିକାନ୍ତ ପଣ୍ଡା, ରାମଚନ୍ଦ୍ର ନାୟକ, ଚିନ୍ତାମଣୀ ରାଉତ, ଆଶିର୍ବାଦ ସ୍ୱାଇଁ, ବିଶ୍ୱରଞ୍ଜନ ପାତ୍ର, ମନମୋହନ ସ୍ୱାଇଁ, ଜ୍ଞାନରଞ୍ଜନ ପାତ୍ର, ଶଶିକାନ୍ତ ରାଉତ, ତାପସ ନାୟକ, ସୁଶିଲ ରାଉତ, ସୌମ୍ୟ ରଞ୍ଜନ ବିଶ୍ୱାଳ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ