ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ଗଣଦ୍ୱିଚନ୍ଦ୍ରିକା ଅଭିଯାନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମରେ ଥିବା ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ରବିବାର ଗଣଦ୍ୱିଚନ୍ଦ୍ରିକା ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଗୋପାଳକୃଷ୍ଣ ରାଉତ, ସରପଞ୍ଚ ପାର୍ବତୀ ନାଇକ, ଜ୍ୟୋତିର୍ବିଦ ଅନାଦି ଚରଣ ମହାରଣା ପ୍ରମୁଖ ଅତିଥିଭାବେ ଯୋଗଦେଇ ବିକାଶ ମଞ୍ଚର ଏପରି କାର୍ଯ୍ୟକୁ ପ୍ରସଂଶା କରିବା ସହିତ ଏହି କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଅତିଥିମାନେ ପାତାକା ହଲାଇ ଏହି ଗଣଦ୍ୱଚନ୍ଦ୍ରିକା ଅଭିଯାନକୁ ଉଦଘାଟନ କରିଥିଲେ । ଏଥିରେ ଉମାକାନ୍ତ ପଣ୍ଡା, ଅଭିମନ୍ୟୁ ନାୟକ, ଶ୍ରୀକାନ୍ତ ରାଉତ, ଶୁଭମ ମହାପାତ୍ର, ବିଜୟ ସାହୁ, ଶିଶିର ଜେନା, ଜ୍ୟୋତିର୍ମୟ ପାତ୍ର, ସହଦେବ ପଣ୍ଡା, ଶ୍ରୀମନ୍ତ ନାୟକ, ସୁକୁମାର ନାୟକ, ଜିତେନ୍ଦ୍ର ସୁଆର, ସରୋଜ ନାୟକ, ଶିବ ପରିଡା, ରାଜ ଜେନା, ରଞ୍ଜନ ପଣ୍ଡା, ଖଗେଶ୍ୱର ଦାସ, ଅଭିନ୍ନ ଜେନାଙ୍କ ସମେତ ଶତାଧିକ ସଦସ୍ୟ ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ, ଅନାବଶ୍ୟକ ବିଦ୍ୟୁତ ବ୍ୟବହାର, ଅନାବଶ୍ୟକ ଭାବେ ଗାଡି ଚାଳନା, ବୃକ୍ଷ ରୋପଣ, ସାମାଜିକ ସଚେତନ ଆଦି ସ୍ଲୋଗାନ ମାନ ଦେଇ ସମଗ୍ର ଇଞ୍ଚୋଳ ପଞ୍ଚାୟତ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରାଇଥିଲେ ।