ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱପରିବେଶ ଦିବସରେ ଚାରା ରୋପଣ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଇଞ୍ଚୋଳ ଠାରେ ଥିବା ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିକାଶ ମଞ୍ଚ ପକ୍ଷରୁ ଇଞ୍ଚୋଳ ମାର୍ଥା ପୋଖରୀ ସନ୍ନିକଟ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ଚାରା ରୋପଣ ସହ ବିଶ୍ୱ ପରିବେଶ ଓ ପୃଥିବୀର ସୁରକ୍ଷା ସମ୍ପର୍କିତ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମଞ୍ଚର ସଦସ୍ୟମାନେ ଲିମ୍ବ ବନରେ ଲିମ୍ବ ଚାରା ରୋପଣ କରିଥିଲେ । ଉମାକାନ୍ତ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମ ରେ ଶିକ୍ଷାବିତ ନୃଷିହଂ ଚରଣ ପଣ୍ଡା ସଭାପତିତ୍ୱ କରିଥିବାବେଳେ ଆସପେୟାର ଶିକ୍ଷା ସମୁହର ସଂଯୋଜକ ଦୁସ୍ମନ୍ତ ସାହୁ ଅତିଥି ଭାବେ ଯୋଗଦେଇ ଆମ ଧରୀତ୍ରୀ ମାତାର ସୁରକ୍ଷା ଓ ବନୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୀବନ ରାଉତ, ସାଇବ ପଣ୍ଡା, ସତ୍ୟବ୍ରତ ଯେନା, ଅମ୍ଳାନ ଯେନା, ଅଭୟ ଯେନା, ରାଜେନ୍ଦ୍ର ଯେନା, ରାଜ କିଶୋର ଯେନା, ମିକୁ ଯେନା, ଇନ୍ଦ୍ରମଣୀ ଯେନା, ଲିକୁ ଯେନା, ଗୋଧନ ଯେନା, ସୁରତ ଯେନାପ୍ରମୁଖ ସହଯୋଗ କରିଥିଲେ ।


