ଇଟା ଭାଟି ଛାଡିଥିବା ଶ୍ରମିକଙ୍କ ଦୁଃଖ ବୁଝିଲେ ତହସିଲଦାର
ଶେରଗଡ,(ଦେବୀ ପ୍ରସାଦ ଦାଶ):ଶେରଗଡ଼ ପଥରପୁଞ୍ଜି ଗ୍ରାମ ରାସ୍ତାରେ ମଧ୍ୟାହ୍ନ ପ୍ରାୟ ୧୨ଟା ରେ ହଠାତ ୩୦ଜଣ ଶ୍ରମିକ ଚାଲି ଚାଲି ଯାଉଥିଲେ।ଗ୍ରାମର ଯୁବକ ମାନେ ଏନେଇ ଶେରଗଡ଼ ତହସିଲଦାର ଡ଼.ଦୟାସିନ୍ଧୁ ପରିଡା ଙ୍କୁ ଖବର ଦେଇଥିଲେ।ତହସିଲଦାର ଶ୍ରୀ ପରିଡା ନିଜର ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ ଙ୍କୁ ଧରି ସେଠାରେ ପହଁଚି ଥିଲେ ।ଖବର ନେବାରୁ ଜଣା ପଡିଲା କନିସି ରେ ଥିବା ଏକ ଇଟା ଭାଟିରେ ଉକ୍ତ ୩୦ଜଣ ଶ୍ରମିକ କାମ କରୁଥିଲେ।କିଛି ଦିନ ଲକ ଡାଉନ ଥୁବା ଯୋଗୁ ଉକ୍ତ ଶ୍ରମିକ ମାନେ କାମ କରୁ ନଥିଲେ ।ଫଳରେ ମାଲିକ ମଧ୍ୟ ସେମାନଙ୍କୁ ଖାଇବାକୁ ଦେଉ ନଥିଲା।ଏଣୁ ସେମାନଙ୍କ ଘର ସାରଥୀମୁଣ୍ଡା ବଲାଙ୍ଗୀର ଜିଲାର ବୋଲି ଜଣାପଡିଛି।ଏନେଇ ତହସିଲଦାର ବଲାଙ୍ଗୀର ଜିଲାପାଳ ସହିତ କଥାବାର୍ତ୍ତା ହେବା ପରେ ଜିଲାପାଳ ଏ ଦିଗରେ ପଦକ୍ଷେପ ନେବି ବୋଲି କହିବା ସହ ଗୋଟିଏ ମିନିବସରେ ସେମାନଙ୍କୁ ପଠାଇବା ପାଇଁ ତହସିଲଦାର ଶ୍ରୀ ପରିଡା ଙ୍କୁ କହିଥିଲେ ପଥର ପୁଞ୍ଜିର କିଛି ଯୁବକ କ୍ଷୋଭର ସହ କହିଛନ୍ତି ଯେ ବିଡିଓ ସୁରଞ୍ଜନ ସାହୁ ଙ୍କୁ ଫୋନ କରିବାରୁ ସେମାନଙ୍କୁ ଏନ୍ଏଚ ଦେଖାଇଦିଅ ଚାଲି ଚାଲି ପଳେଇଯିବେ ବୋଲି କହିଥିଲେ ପ୍ରଶ୍ନ ଉଠୁଛି ଏପରି ମହାବିପତ୍ତି ସମୟରେ ମଧ୍ୟ୍ୟ ମାନବିକତା କିପରି ହଜିଯାଉଛି ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସେ ଫୋନ ଉଠାଇନଥିଲେ ।ଆଜି ରାତିରେ ଡେଙ୍ଗାପଦର ସରପଞ୍ଚ କୁ କହି ଆଜି ରାତିର ଖାଇବା ବ୍ୟବସ୍ଥା କରିବାକୁ କହିଲେ ।ରାତି ଖାଇବା ପରେ ସେମାନଙ୍କୁ ନିଜ ଗ୍ରାମକୁ ବସ ଯୋଗେ ପଠା ଜିବାର ବ୍ୟବସ୍ଥା ହେବ ବୋଲି ଶ୍ରୀ ପରିଡା କହିଛନ୍ତି ।


