ଇଟିକିଲି ମିଟିକିଲି ପ୍ରତିଯୋଗିତା ପାଇଁ ନାମ ପଞ୍ଜିକରଣ
ଭୁବନେଶ୍ୱର,(ୱାଇଏନଏସ): ପିଲାମାନଙ୍କ ଭିତରେ ଲୁଚି ରହିଛି ଅନେକ କିଛି ପ୍ରତିଭା। ସେମାନେ ଭଲ କବିତା ଆବୃତ୍ତି କରି
ପାରିବେ, ପଢ଼ିଥିବା ଓଡ଼ିଆ ଭାଷାର ଏକ ପିଲାଙ୍କ ବହି ବିଷୟରେ କହି ପାରିବେ, ଭଲ ଗୀତ ଗାଇ ପାରିବେ ଓ ନୃତ୍ୟ ମଧ୍ୟ ପରିବେଷଣ କରି ପାରିବେ। ସେମାନଙ୍କ ପ୍ରତିଭାକୁ ଉପଯୁକ୍ତ ମଞ୍ଚରେ ସୁଯୋଗ ଦେବା ତଥା ଲୋକଲୋଚନକୁ ଆଣିବା ନିମନ୍ତେ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ତିରିଶତମ ଇଟିକିଲି ମିଟିକିଲ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଭିତ୍ତିକ ପ୍ରତିଭା ପ୍ରର୍ଦଶନ କାର୍ଯ୍ୟକ୍ରମ ଆୟୋଜିତ ହେଉଅଛି। ଏହି ପ୍ରତିଭା ପ୍ରର୍ଦଶନ କାର୍ଯ୍ୟକ୍ରମରେ ରାଜ୍ୟର ଯେକୌଣସି ବିଦ୍ୟାଳୟ ଅଥବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ଛାତ୍ରଛାତ୍ରୀମାନେ ଧାର୍ଯ୍ୟ ପ୍ରବେଶିକା ଦେୟ ସହ ଆଗାମୀ ପନ୍ଦର ଦିନ ମଧ୍ୟରେ ନାମ ପଞ୍ଜିକରଣ କରି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ପ୍ରଥମ କାର୍ଯ୍ୟକ୍ରମ ଚିତ୍ରାଙ୍କନ ପ୍ରତିଯୋଗିତା ଆଗାମୀ ଅପେ୍ରଲ ମାସ ୨୭ ତାରିଖ ରବିବାର ଦିନ
ସକାଳବେଳା ପଠାଣି ସାମନ୍ତ ପ୍ଲାନେଟାରିୟମ୍ଠାରେ
ଏବଂ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ- ମୁଁ ବି ଜଣେ ପାଠକ କ୍ରମରେ ପଢ଼ିଥିବା ଓଡ଼ିଆ ଭାଷାର ଏକ ପିଲାଙ୍କ ବହି ବିଷୟରେ କହିବା, ଓଡ଼ିଆ ସମ୍ବାଦପାଠ, ଓଡ଼ିଆ କବିତା ଆବୃତ୍ତି, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଭତ୍ତିକ ନୃତ୍ୟ, କଣ୍ଠ ସଙ୍ଗୀତ ଓ ନୃତ୍ୟରବିଶେଷ କାର୍ଯ୍ୟକ୍ରମ ନାଦମ୍ବିକା ଇତ୍ୟାଦି ପ୍ରତିଯୋଗିତା ଆଗାମୀ ମଇ ୧୦, ୧୧ ଓ ୧୨ ତାରିଖ ତିନିଦିନ ଭୁବନେଶ୍ୱର
ରସୁଲଗଡ଼ ଛକ ନିକଟବର୍ତ୍ତୀ ରୟାଲ ହାୟର ସେକଣ୍ଡାରୀ ସ୍କୁଲ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଅଡ଼ିଟୋରିଅମ୍ଠାରେ
ଅନୁଷ୍ଠିତ ହେବ। ବିଭିିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କ ସହିତ ଅନ୍ୟ
ସମସ୍ତ ଅଂଶଗ୍ରହଣକାରୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ସ୍ୱରୂପ ସୁଦୃଶ୍ୟ ଫଳକ ଓ ମାନପତ୍ର ପ୍ରଦାନ କରାଯିବ। ସାଂସ୍କୃତିକ
କାର୍ଯ୍ୟକ୍ରମ ସହ ପ୍ରଥମ ପୁରସ୍କାର ବିତରଣ ଉତ୍ସବ ଜୁନ ୨୮ ଓ ଦ୍ୱିତୀୟ ପୁରସ୍କାର ବିତରଣ ଉତ୍ସବ ଡିସେମ୍ବର ୨୧ ତାରିଖ
ଦିନ ମହା ସମାରୋହରେ ଜୟଦେବ ଭବନରେ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ତଥା ଅଧିକ
ସୂଚନା ନିମନ୍ତେ ମୋବାଇଲ୍ ନମ୍ବର- ୭୯୭୮୬୯୭୬୨୨ ଅଥବା ଇନ୍ଫୋସିଟି ଏରିଆ, ଭୁବନେଶ୍ୱର-୨୪ ସ୍ଥିତ ଇଟିକିଲି
ମିଟିକିଲି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ଅନୁଷ୍ଠାନର ସଚିବ ଶରତ କୁମାର ନାୟକ ନିବେଦନ କରିଛନ୍ତି।