ଇଡିର ୩ଟି ଜମିରେ ନୋଟିସ ଜାରି
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ବହୁ ଚର୍ଚ୍ଚିତ ସାରଥି ଆଶ୍ରମ କିଳେଙ୍କାରୀ ଘଟଣାରେ ଶୁକ୍ରବାର ଇଡି ପକ୍ଷରୁ ୩ଟି ଜମି ଉପରେ ନୋଟିସ ଜାରି କରାଯାଇଛି । ସତ୍ୟମ ଟ୍ରଷ୍ଟ ସହିତ ସଂପୃକ୍ତ ଥିବା ଏବଂ ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ମାମଲାରେ ଇଡି ପକ୍ଷରୁ ଚଢାଉ କରାଯାଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳ ଗ୍ରାମର ସରୋଜ ରାଉତ, ନାଗେଶ୍ୱରପୁର ଗ୍ରାମର ସୁରେନ୍ଦ୍ର ମଲ୍ଲିକ ଏବଂ କଟକ ଲାଲବାଗ ଥାନା ଅଞ୍ଚଳର ରବିନ୍ଦ୍ର ପଟ୍ଟନାୟକଙ୍କର ଗରାପୁର ମୌଜାରେ ଭିନ୍ନ ଭିନ୍ନ ସ୍ଥାନରେ ୩ଟି ପ୍ଲଟ ରହିଛି । ଏହି ୩ ଜଣ ସତ୍ୟମ ଟ୍ରଷ୍ଟ ସହିତ ସଂପୃକ୍ତ ଥାଇ ଏହି ଜମି ଗୁଡିକ ଖର୍ଦ୍ଦି କରିଥିଲେ । ତେଣୁ ଇଡି ପକ୍ଷରୁ ଏହି ପ୍ଲଟ ଗୁଡିକ ଉପରେ ନୋଟିସ ଝୁଲାଇବା ସହିତ ସଂପୃକ୍ତ ବ୍ୟକ୍ତିମାନେ ଏହି ଜମି ଉପରେ କୌଣସି ଅନଧିକାର ପ୍ରବେଶ କରିପାରିବେ ନାହିଁ କିମ୍ବା ଏହାକୁ ଖର୍ଦ୍ଦି ବିକ୍ରୀ କରି ପାରିବେ ନାହିଁ ବୋଲି ଇଡି ପକ୍ଷରୁ ସୂଚନା ଫଳକରେ ନିର୍ଦ୍ଦେଶ ଦିଆଯାଇଛି ।