ଇଣ୍ଟରନେଟ୍ ସେବା ବନ୍ଦ କରିବା ଯଥାର୍ଥ ଥିଲା ସଲିସିଟର ଜେନେରାଲ
ଜମ୍ମୁ-କାଶ୍ମୀରରେ ଦିନକୁ ଦିନ ଯେଉଁ ଭଳି ଆତଙ୍କବାଦୀ ମାନେ ଭାରତକୁ ଅନୁପ୍ରବେଶ କରି ଭାରତ ଭିତରେ ହମଲା କରି ଲୋକ ମାନଙ୍କୁ ଭୟଭୀତ କରୁଥିଲେ । ଏଥିସହ ବହୁ ସାଧାରଣ ଧନଜୀବନ ନଷ୍ଟ ହେଉଥିଲା । ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀର ରେ ଇଣ୍ଟରନେଟ ସେବା ବ୍ୟାହତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଜାମ୍ମୁ-କାଶ୍ମୀରରୁ ଅନେକ ପରିମାଣରେ ଆତଙ୍କବାଦୀ କାର୍ଯ୍ୟକଳାପ କମିଛି ।ଆଜି ସୁପ୍ରିମକୋର୍ଟ ଙ୍କୁ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟଙ୍କୁ କହିଛନ୍ତି । ଆତଙ୍କବାଦୀ ମାନେ ଇଣ୍ଟରନେଟ ମାଧ୍ୟମରେ ବହୁ ଗୁପ୍ତ ତଥ୍ୟ ଆଦାନ ପ୍ରଦାନ କରିବା ସହ ହମଲା କରିବାରେ ସଫଳ ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ।


