ଇଣ୍ଡିଆନ୍ ବ୍ୟାଙ୍କ ଡକାୟତି ଉଦ୍ୟମ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲାରେ ଇଣ୍ଡିଆନ ବ୍ୟାଙ୍କ ଏକ ଶାଖା ବ୍ୟାଙ୍କରେ ଡକାୟତି ଉଦ୍ୟମ ହୋଇଛି । ଡକାୟତମାନେ ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ ସୁଦ୍ଧା ଟଙ୍କା କିମ୍ବା ଅନ୍ୟ କିଛି ଜିନିଷପତ୍ର ଲୁଟି ନେଇ ନଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ୭ମାଇଲ ଛକ ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କର ଖରଷଣ୍ଡା ଶାଖା ବ୍ୟାଙ୍କରେ ଭେଣ୍ଟିଲଟର କାଟି କେତେକ ଡକାୟତ ଗତ କାଲି ରାତ୍ରରେ ବ୍ୟାଙ୍କ ମଧ୍ୟରେ ପ୍ରବେଶ କରିଥିଲେ । ବ୍ୟାଙ୍କରେ ବଟଙ୍କା ଗଛିତ ଥିବା ଆଇରନ ଚେଷ୍ଟ କୌଣସି ଭାବେ ଭଙ୍ଗା ନ ଯାଇଥିବା ସହ ବ୍ୟାଙ୍କର କୌଣସି ଜିନିଷପତ୍ର ଲୁଟି ହୋଇ ନଥିବା ସୂଚନା ମିଳିଛି । ଏଥିନେଇ ଗୁରାଣ୍ଡି ଥାନା ଅଧିକାରୀ ମୁକେଶ ଲାକ୍ରା କହିଛନ୍ତି କୌଣସି କାରଣ ସେମାନେ ଟଙ୍କା କିମ୍ବା ଅନ୍ୟ କିଛି ଜିନିଷ ଲୁଟ କରିପାରି ନାହାଁନ୍ତି । ସେମାନଙ୍କ ବ୍ୟାଙ୍କ ଡକାୟତ ଉଦ୍ୟମ ସଂପୂର୍ଣ୍ଣ ବିଫଳି ହୋଇଛି । ଗୁରାଣ୍ଡି ଥାନାରେ ଏକ ମକଦମା ରୁଜୁ କରାଯାଇ ଘଟଣାର ଅନୁସଧ୍ୟାନ ଜାରି ରହିଛି । ଏଭଳି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଗୁରାଣ୍ଡି ଥାନା ପରିସରରେ ରାତ୍ର ପୋଲିସ ପେଟ୍ରୋଲିଂକୁ ଆହୁରି ବ୍ୟାପକ କରାଯିବ ।