“ଇଣ୍ଡିଆ ବୁକ୍ ଅଫ ରେକର୍ଡ”ରେ ସ୍ଥାନ ପାଇଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରୁ ଏକ ପ୍ରେରଣା ଦେବା ଭଳି ଖବର ଲୋକଲୋଚନକୁ ଆସିଛି । +୨(କଳା) ପ୍ରଥମବର୍ଷର ଛାତ୍ର ସମଗ୍ର ଜିଲ୍ଲା ତଥା ରାଜ୍ୟକୁ ଗୌରାବନ୍ୱିତ କରିଛନ୍ତି । ବିଚକ୍ଷଣ ବୁଦ୍ଧି ସାଙ୍ଗକୁ ଉଚ୍ଚ ଆଶା ରହିଥିବା ଏହି ଛାତ୍ରଙ୍କ ସହ ସକ୍ଷାତ କରିଥିଲୁ । ପାରଳାଖେମୁଣ୍ଡି ସହରର ନୂତନ କୋର୍ଟ ନିକଟସ୍ଥ କାବିଟି ସାହି ନିବାସୀ ଡି.ଲାଲ କୁମାର । ପେସାରେ ସେ ଜଣେ ଟାୟାର ଦୋକାନ କରି ନିଜେ ଏବଂ ନିଜ ପରିବାରର ଗୁଜାରଣ ମେଣ୍ଟାଇ ଥାନ୍ତି । ନିଜର ବୋଲି ଘର ଖଣ୍ଡ ନଥିଲେ ମଧ୍ୟ ଭଡା ଘରେ ରହି ଆସୁଛନ୍ତିା ତାଙ୍କ ଧର୍ମପତ୍ନୀ ହେଉଛନ୍ତି ଡି. ସାଥୀ ଯିଏ କି ଜଣେ ଗୃହିଣୀ । ତେବେ ଏହି ଦୁଇଜଣ ଜୀବନରେ ଖୁସି ଆଣିଛନ୍ତି ପୁଅ ତଥା ଛାତ୍ର ଅଭିନନ୍ଦନ ଏଲ୍‌. । ସେ ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ +୨(କଳା) ପ୍ରଥମ ବର୍ଷର ଛାତ୍ର ଭାବେ ଅଧ୍ୟୟନ କରୁଛନ୍ତି । ଇଣ୍ଡିଆ ବୁକ୍ ଅଫ ରେକଡରେ ସ୍ଥାନ ପାଇବା ପାଇଁ ସେ ବହୁ ପରିଶ୍ରମ କରି ଶେଷରେ ସଫଳତା ହାସଲ କରିଛନ୍ତି । ଏହି ସବୁ ପ୍ରତିଭା ପାଇଁ ଅଭିନନ୍ଦନ ପିତା ଡି.ଲାଲ କୁମାର ଓ ମା ଡି.ସାଥୀଙ୍କୁ ଶ୍ରେୟ ଦେଇଛନ୍ତି । ତେବେ ଅଭିନନ୍ଦନଙ୍କ ଏହି ସଫଳତା ଗଜପତି ଜିଲ୍ଲାରେ ନୂଆଁ ହୋଇଥିବା ବେଳେ କେବଳ ନିଜ ପିତା ମାତା କି ନିଜ ପରିବାର ନୂହେଁ କି ସାହିପଡିଶା ନୂହେଁ ଜିଲ୍ଲା ଓ ରାଜ୍ୟ ପାଇଁ ମଧ୍ୟ ଗୌରବ ଆଣିଛନ୍ତି । ସେ ଗତ ୧୬ଡିସେମ୍ବର ୨୦୨୧ ତାରିଖରେ ଅନ୍‌ଲାଇନ୍ ମାଧ୍ୟମରେ ରେକର୍ଡ ସ୍ଥାପନ ପାଇଁ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅନ୍ୟାନ୍ୟ ପ୍ରତିଯୋଗୀ ମାନଙ୍କ ଠାରୁ ଅଭିନନ୍ଦନ ବହୁ ଦ୍ରୁତ ଭାବେ ୨୮ଗୋଟି ରାଜ୍ୟର ନାମ ମାତ୍ର ୮ସେକଣ୍ଡରେ କହିଥିଲେ । ଯାହାକି ସେ ସର୍ବଚ୍ଚ ସ୍ଥାନ ଅକ୍ତିଆର କରିବାରେ ସକ୍ଷମ ହୋଇପାରିଥିଲେ । ଏହାପରେ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ” ପକ୍ଷରୁ ମୁଖ୍ୟସମ୍ପାଦକ ବିଶ୍ୱରୂପ ରାୟ ଚୌଧୁରୀ ପ୍ରମାଣ ପତ୍ର, ସିଲ୍ ଓ ପଦକ ପୋଷ୍ଟଲ ଯୋଗେ ପଠାଇଥିବାର ଦେଖିବାକୁ ମିଳିଥିଲା । ଅଭିନନ୍ଦନଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରେ ଅଭିନନ୍ଦନର ଶୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ