ଇଣ୍ଡିଆ ବୁକ ଅଫ ରେକର୍ଡ-୨୦୨୪ ସମ୍ମାନ ପାଇଲେ କୁନି ପ୍ରତିଭା ସିଦ୍ଧେଶ୍ବରୀ

ଗଞ୍ଜାମ, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ଲାଠିପଡା ଗ୍ରାମର ମିଳନ କୁମାର ଗୌଡ଼ ଙ୍କ ୪ ବର୍ଷ ର ଝିଅ ସିଦ୍ଧେଶ୍ଵରୀ ଗଉଡ କମ ବୟସରେ ଦେଶ ବିଦେଶର ସାଧାରଣ ଜ୍ଞାନ ମନେ ରଖିବା ସହିତ ଜିଲ୍ଲା ଗୁଡିକର ନାମ, ରାଜ୍ୟ ରାଜଧାନୀ, ମନ୍ତ୍ର ଶ୍ଳୋକ, ଜାତୀୟ ସଙ୍ଗୀତ ନିର୍ଭୁଲ ଭାବରେ କହି ଇଣ୍ଡିଆ ବୁକ ଅଫ ରେକର୍ଡ୨୦୨୪ରେ ନିଜ ନାମ ସ୍ଥାନିତ କରିଛନ୍ତି ।ମାଆ ଟିକିଲତା ଗୌଡ଼ ଆଜି ଝିଅ ପାଇଁ ଗର୍ବିତ ହୋଇଛନ୍ତି । ବାପା ଗୋଲାମୁଣ୍ଡା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଅଛନ୍ତି ଏବଂ ଝିଅ ସେଠାକାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୋଲାମୁଣ୍ଡାରେ ଶିଶୁବୋଧ ଶ୍ରେଣୀରେ ପାଠ ପଢ଼ନ୍ତି। ଏହି ବୟସରେ ପ୍ରତେକ ଶିଶୁ ଖେଳିବା ବୁଲିବା କରନ୍ତି କିନ୍ତୁ ମାଆଙ୍କ ପ୍ରଚେଷ୍ଟାରେ ଏହି ସବୁ ଲକ୍ଷ୍ୟ ସାଧନ ହୋଇ ପାରିଛି କହିଛନ୍ତି ପରିବାର ଲୋକେ । ବିଚକ୍ଷଣ ସ୍ମରଣ ଶକ୍ତି ପାଇଁ ଆଜି ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି । ସିଦ୍ଧେଶ୍ୱରୀ ଙ୍କୁଜଣେ ଭାରତୀୟ ପ୍ରଶାସନିକ ସେବା ଏବଂ ବକ୍ସର ହେବାର ଲକ୍ଷ୍ୟ ରଖିଛନ୍ତି ପରିବାର।ଏହି ଅବସରରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ପିଲା ବେଳୁ ହିଁ ସବୁ କଥା ମନେ ରଖିବା ଅଭ୍ଯାସ କୁ ଦେଖି ଆମେ ବାପା ମା ଚେଷ୍ଟା କରିଥିଲୁ ତାଙ୍କୁ ଇଣ୍ଡିଆ ବୁକ ରେକଡ ରେ ସ୍ଥାନିତ କରିବାକୁ ବୋଲି ମା ଟିକିଲତା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ