ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ
ଇଣ୍ଡୋନେସଆ ରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି । ବୈଜ୍ଞାନିକଙ୍କ ରିଚର ସ୍କେଲରେ ଏହାର ତିବ୍ରତା ୭.୫ ଥିଲା । ତିବ୍ରତା ଅଧିକ ଥିଲେ ସୁଦ୍ଧା ସୁନାମୀ ହେବାର କୈାଣସି ସମ୍ବାବନା ନାହିଁ ବୋଲି ଜିଓଲୋଜିକାଲ ପକ୍ଷରୁ ସୂଚନା ମିଳିଛି । ଭୁମିକମ୍ପ ପ୍ରଭାବରେ ମୃତାହତ କିମ୍ଭା ଆହାତ ହୋଇଥିବା ଜଣାପଡିନାହିଁ । ଗତ ସପ୍ତାହରେ ଇଣ୍ଡୋନେସିଆର ଭୁମିକମ୍ପ ର ତିବ୍ରତା ୬.୩ ଅନୁଭୁତ ହୋଇଥିବା ବେଳେ କୈାଣସି କ୍ଷୟକ୍ଷତି ହୋଇନଥିଲା । ଗତ ବର୍ଷ ଇଣ୍ଡୋନେସିଆ ଦ୍ୱୀପରେ ଭୂମିକମ୍ପ ତିବ୍ରତା ୭.୫ ଥିବା ବେଳେ ଏହି ଭୁମିକମ୍ପରେ ୩୪୮ ଜଣ ପ୍ରାଣ ହରାଇଥିଲେ ।


