ଇନର ଲାଇନ ପରମିଟରେ ସାମିଲ ହେଲା ମଣିପୁର
ଇମ୍ପାଲ , (ଯୁଗାବ୍ଦ ନ୍ୟୁଜ) : ଇନର ଲାଇନ ପରମିଟ ଅର୍ଥାତ ବାହାର ଦେଶର ଲୋକ କିମ୍ବା ଭାରତର ଅନ୍ୟ କୌଣସି ରାଜ୍ୟର ଲୋକ କୌଣସି ରାଜ୍ୟରେ ବୁଲିବାକୁ ଚାହିଁଲେ ପ୍ରଥମେ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ଏଥିପାଇଁ ବୁଲିବାକୁ ଆସୁଥିବା ବ୍ୟକ୍ତିବିଶେଷ ପ୍ରଶାସନଠାରୁ ସ୍ୱତନ୍ତ୍ର ପରିଚୟ ପତ୍ର ନେବାକୁ ପଡିଥାଏ । ଆଗରୁ ଏହି ବ୍ୟବସ୍ଥା ଅରୁଣାଚଳ ପ୍ରଦେଶ ,ନାଗାଲାଣ୍ଡ , ମିଜୋରାମରେ ପ୍ରଚଳିତ ଥିବାବେଳେ ଏହି ଆଇନରେ ଏବେ ସାମିଲ ହୋଇଛି ମଣିପୁର । ଏହି ସଂକ୍ରାନ୍ତିୟ ଫାଇଲରେ ରଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱାକ୍ଷର କରିଛନ୍ତି । ସୁଚନାଥାଉକି , ଏହି ଆଇନ ସାଧାରଣତଃ ଅନ୍ତରଜାତୀୟ ସୀମାକୁ ଲାଗିଥିବା ରାଜ୍ୟଗଡିକ ପାଇଁ ପ୍ରଚଳିତ କରାଯାଇଛି ।