ଇନୋଭା ରେ ଆସି ଦୁଇ ମାଂସ ବ୍ୟବସାୟୀଙ୍କୁ ଉଠାଇ ନେଲେ ଦୁର୍ବୃତ୍ତ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ବନ୍ଧଛକ ବୁଡ଼ାଗୁଡା ରାସ୍ତା ନିକଟରୁ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟ ରେ ଦୁଇଟି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ହାଟପଦା ସାହିର ମାଂସ ବ୍ୟବସାୟୀ ହେମନ୍ତ ଗଣ୍ଡା ଓ ପଣ୍ଡିତ ମାଝୀ ଙ୍କୁ ଉଠାଇ ଅପହରଣ କରିନେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ସହ ସଦଳବଳ ପୁଲିସ ଦୁର୍ବୃତ୍ତ ଙ୍କ ପିଛା କରିଥିଲେ। ଅପହରଣ ରେ ଗୋଟିଏ ଇନୋଭା ଓ ଗୋଟିଏ ବୋଲେରୋ ଗାଡ଼ି ରହିଥିବା ଜଣାପଡ଼ିଛି। ପୁଲିସ ପିଛା କରି ଅପହରଣ ରେ ସାମିଲ ଥିବା ଗୋଟିଏ ବୋଲେରୋ କୁ କାବୁ କରିଥିଲା। ସେଥିରେ ବସିଥିବା ଦୁଇ ଜଣ ଓ ଡ୍ରାଇଭର କୁ ଧରି ଥାନାକୁ ଆଣି ରଖିଛି । ଏହି ଦୁଇଙ୍କ ଘର ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳ ର ବୋଲି ଜଣାପଡିଛି। କେଉଁ କାରଣରୁ ଅପହରଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଅପହୃତ ଦୁଇ ଜଣ ମାଂସ ବ୍ୟବସାୟୀ ବୋଲି ଜଣାପଡିଛି। ଥାନା ରେ ବାଲିଗୁଡ଼ା ଏସଡିପିଓ ଏସ ପ୍ରତାପ ଶ୍ରୀମଲ ପହଞ୍ଚି ଦୁଇ ଦୁର୍ବୃତ୍ତ ଓ ଗାଡି ଡ୍ରାଇଭରକୁ କୁ ପଚରା ଉଚରା ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ