ଇନ୍ଦ୍ରାଣୀ-ଜ୍ୟୋତିଷ ମେମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ରାଇରଙ୍ଗପୁର-(ଯୁଗାବ୍ଦ ନ୍ୟୁଜ)-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଷ୍ଟାଡିୟମରେ ୪ଦିବସୀୟ ପ୍ରଥମ ବାର୍ଷିକ ଆନ୍ତଃରାଜ୍ୟ ଇନ୍ଦ୍ରାଣୀ-ଜ୍ୟୋତିଷ ମେମୋରିଆଲ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଏଥିରେ ଫାଇନାଲ ଖେଳରେ ରାଉରକେଲା (୧୯୫) ରନ ଟିମ୍ ବାଲେଶ୍ଵର (୧୩୪) ରନ କୁ ହରାଇ ଚମ୍ପିୟାନ ହୋଇଛି ।ଏହି ଖେଳରେ ଓଡ଼ିଶାର ବଛା ବଛା ୮ଟି ଟିମ୍ ବାଲେଶ୍ଵର, ବାରିପଦା, ରାଇରଙ୍ଗପୁର, କରଂଜିଆ, କେନ୍ଦୁଝର, ବଡ଼ବିଲ, ରାଉରକେଲା ଏବଂ ଝାରଖଣ୍ଡ ରାଜ୍ୟର ଯାମସେଦପୁର ଅଂଶ ଗ୍ରହଣ କରିଥିଲେ ।ଓସିଏ କେନାଲ ଅମ୍ପାୟାର ଦୁର୍ଗା ପଟ୍ଟନାୟକ ଏବଂ ଜ୍ୟୋତିଷ ମହାପାତ୍ର ଅମ୍ପାୟାରିଂ କରିଥିଲେ । ଫେବୃଆରୀ ୨୦ରୁ୨୩ ପର‌୍ୟ୍ୟନ୍ତ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଏବଂ ଏସଡିପିଓ ସ୍ନେହାଶୀଷ ସାହୁ ଶୁଭ ଉଦ୍ଘାଟନ କରିଥିବା ବେଳେ ଆଜି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଡିଏଫଓ ଅରୁଣ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକ ଯୋଗ ଦେଇଥିଲେ ।ଖେଳ ମଣିଷକୁ ଶୃଙ୍ଖଳା, ପରିଶ୍ରମ, ସୁସ୍ଥ ସ୍ବାସ୍ଥ୍ୟ, ପ୍ରତିଯୋଗୀତା ମନୋଭାବ ବଢ଼ାଇବାରେ ସହାୟକ ହୋଇଥାଏ ।ମନ ଅଫ ଦି ସେଚ ଏବଂ ଟୁର୍ଣ୍ଣାମେଣ୍ଟ ରାଉରକେଲାର ବିଶାଲ ଚୌଧୁରୀ ହୋଇଥିଲେ । ଅତିଥି ଗଣ ବିଜେତା,ଉପ ବିଜେତା ଓ ରାଇରଙ୍ଗପୁରର ପୁରାତନ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ ।୪ଦିନ ଧରି ପଡିଆ ଚାରିପାଖରେ ଶହ ଶହ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
ପ୍ରକାଶ ଥାଉକି ପିତୃମାତୃ ପୂଜନ କିଏ କେଉଁ ଢଙ୍ଗରେ ପାଳନ କରୁଛନ୍ତି ହେଲେ ରାଇରଙ୍ଗପୁରର ଅନୁରାଗ ଏଣ୍ଡ କୋ ପରିବାର ପିତୃମାତୃ ପୂଜନ ନିଆରା ଢଙ୍ଗରେ ପାଳନ କରୁଛନ୍ତି । ତାଙ୍କ ପରିବାର ପିତୃମାତୃଙ୍କ ସ୍ମରଣାର୍ଥେ ଏହି କାର‌୍ୟ୍ୟକ୍ରମକୁ କ୍ରୀଡା କୁ ଉତ୍ସାହିତ କରିବା ପାଇଁ ଏହି ଦିଗରେ ପାଳନ କରିଥିଲେ । କାର‌୍ୟ୍ୟକ୍ରମରେ ଦିଲିପ ମହାନ୍ତି, ମନୋଜ ଦାସ,ବିଜନ ବରାଳ,ଅମିତ ସିଂ,ଦିନେଶ ବେହେରା,ହରି ବେହେରା,ରାଜୁ ମହାନ୍ତ,ଲାରା ମହାନ୍ତି,ଦେବା ମହାନ୍ତ,ପଞ୍ଚୁ ଲୋହାର,ସଚିନ ମହାନ୍ତ,ମନୋଜ ଢଣଢଣିଆ, ପଙ୍କଜ ଦାସ, ଜଗନ୍ନାଥ ଚୌଧୁରୀ,ମୟୂର ଗୁପ୍ତା ପ୍ରମୁଖ ପରିଚାଳନାରେ ଦିନରାତି ସହଯୋଗ କରିଥିଲେ ।ଅନୁରାଗ ଗୁପ୍ତା ଙ୍କ ଏଭଳି କ୍ରୀଡା ବିକାଶ କାର‌୍ୟ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ