ଇନ୍ଧନ, ରନ୍ଧନ, ଡାଲି, ପରିବା ଦରଦାମ ବୃଦ୍ଧି ନେଇ ରାଇରଙ୍ଗପୁରରେ ମହିଳା ବିଜେଡି ତରଫରୁ ପ୍ରତିବାଦ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : କେନ୍ଦ୍ର ସରକାରଙ୍କ ଭୁଲ ଆର୍ଥିକ ପରିଚାଳନା ଯୋଗୁଁ ଦରଦାମ ବେଲଗାମ ।ପେଟ୍ରୋଲ,ଡିଜେଲ,ରନ୍ଧନ ଗ୍ୟାସ,ଖାଇବା ତେଲ ଏବଂ ନିତ୍ୟ ବ୍ୟବହାର‌୍ୟ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି ।ଏହାର ସିଧା ପ୍ରଭାବ ରୋଷେଇ ଘର ଉପରେ ପଡୁଛି । ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡାଜେଲ ଶତକଡା ୩୦ ବୃଦ୍ଧି ଘଟିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଶତକଡା ୪୦ରୁ ୧୦୦ ବଢିଛି । ଗାଁ ଗହଳି ସହର ଲୋକେ ଦରଦାମ ଯୋଗୁଁ ତ୍ରାହି ତ୍ରାହି ହେଲେଣି । ଦରଦାମ, ଅର୍ଥ ଅଭାବ ଯୋଗୁଁ ଘରେ ପରିବାର ମଧ୍ୟରେ ଅଶାନ୍ତ, ମାରପିଟ, ଗଣ୍ଡଗୋଳ ଚାଲିଛି । ଦରଦାମ ବୃଦ୍ଧି ନେଇ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ବିଜୁ ଜନତା ଦଳ ପକ୍ଷରୁ ପର‌୍ୟ୍ୟବେକ୍ଷିକା ପ୍ରିତିନନ୍ଦା କାନୁନଗୋଙ୍କ ନେତୃତ୍ୟରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ଏକ ବିଜୁ ମହିଳା କର୍ମିମାନେ ସ୍ଥାନୀୟ ପୂର୍ଣଚନ୍ଦ୍ର ଭବନ ପରିସରରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇ ପ୍ରତିବାଦ ଜଣାଇଥିଲେ ।କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ଉପରେ ନିନ୍ଦା କରିଥିଲେ । ମହିଳା ବିଜେଡି କର୍ମି ଗ୍ୟାସ ସିଲିଣ୍ଡର ମୁଣ୍ଡାଇବା ସହ ରାସ୍ତା ଉପରେ ଚୁଲି ଜାଳି ପ୍ରତିବାଦ ଜଣାଇଥିଲେ ।ଆଗକୁ କେନ୍ଦ୍ର ସରକାର ଦରଦାମ ନ ନିୟନ୍ତ୍ରଣ କରନ୍ତି ତାହାହେଲେ ପଲ୍ଲିରୁ ଦିଲ୍ଲି ପର୍ଯ୍ୟନ୍ତ ଯାଇ ଆନ୍ଦୋଳନକୁ ତିବ୍ର କରିବ ବୋଲି ମହିଳା ନେତୃବୃନ୍ଦ ଗଣମାଧ୍ୟମକୁ କୋହଭରା କଣ୍ଠରେ କହିଥିଲେ । ପରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବାମନଘାଟୀ ଉପଜିଲ୍ଲାପାଳ ସରୋଜ ଦାସଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୟୂରଭଂଜ ସଦର ମହିଳା ଜିଲ୍ଲା ସଭାନେତ୍ରୀ ତନୁଜା ମହାନ୍ତ, ବିଧାୟିକା ପ୍ରାର୍ଥି ବାସନ୍ତୀ ମାରାଣ୍ଡୀ,ନମିତା ହୋତା ଜେମାମଣି ଷୁଣ୍ଢି,ରଣଜିତା ଲେଙ୍କା,କାପୁରା,ସତ୍ୟବତୀ ପ୍ରମୁଖ ସମସ୍ତ ବ୍ଳକର ନାରୀନେତ୍ରୀ ନେତୃତ୍ୟ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ