ଇଭିଏମ ଓ ଭିପିପିଆର୍ଟ ପଦର୍ଶନୀ ଉଦଘାଟନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଇଭିଏମ ଓ ଭିପିପିଆର୍ଟ ପଦର୍ଶନୀର ଉଦଘାଟନ ଜିଲ୍ଲାପାଳ ଆଶିସ ଇଶ୍ୱର ପାଟିଲ କରିଛନ୍ତି । ଏଥିରେ ଉପଜିଲ୍ଲାପାଳ ମଧୁମିତା ଉପସ୍ଥିତ ଥିଲେ । ଇଭିଏମ ଓ ଭିପିପିଆର୍ଟ ମେସିନରେ କିଭଳି ଭୋଟ ଦେବେ ଓ ମେସିନ କିଭଳି ଗଣତି କରାଯିବ ତାର ପଦର୍ଶନୀ କରାଯାଇଥିଲା । ମେସିନର ଯାଂଚ କରାଯାଇଥିଲା ପ୍ୱାଲିଗୁଡା ନିର୍ବାଚନ ମଣ୍ଡଳିର ସବୁଦଳର ନେତାମାନେ ଉପସ୍ଥିତ ଥିଲେ । ମେସିନକୁ ସମସ୍ତେ ଭଲ ଭାବରେ ଯାଂଚ କରିବା ସହ ନିଜେ ଭୋଟଦେଇ କିଭଳି ଗଣତି କରାଯାଉଛି ତାହାକୁ ବି ପରିକ୍ଷିଥିଲେ । ଏହିଭଳି ଭୋଟର ମେସିନ ସବୁ ବୁଥମାନଙ୍କରେ ଲାଗିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ଅଚ୍ୟୁତା ନନ୍ଦ ଜାନି,ଏସଡିଆଇପିଆରଓ ପ୍ରହଲ୍ଲାଦ ଖୋସ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।


