ଇଭିଏମ ପାଇଁ ସୁରକ୍ଷା ବଢିଲା
ଦେଶରେ ନିର୍ବାଚନର ଋତୁ ଚାଲିଥିବା ବେଳେ ସାମୁଦ୍ରିକ ଝଡ ଫନୀ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଦେଇଛି । ରାଜ୍ୟରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଇଭିଏମରେ ପ୍ରାର୍ଥୀ ମାନଙ୍କର ଭାଗ୍ୟ ସିଲ ହୋଇଥିବା ବେଳେ ଇଭିଏମ ଗୁଡିକୁ କିପରି ଭାବରେ ସୁରକ୍ଷା ଦିଆଯିବ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ର କାରଣ ପାଲଟିଛି । ଏହି କାରଣରୁ ରାଜ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ପଦକ୍ଷେପ ଗୁଡିକ ଗ୍ରହଣ କରୁଛନ୍ତି । ଇଭିଏମ ଗୁଡିକ କିପରି ଭାବରେ ବର୍ଷାରୁ ରକ୍ଷା କରିବା ପାଇଁ ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜାତୀୟ ନିର୍ବାଚନ ଆୟୋଗଙ୍କ ଅନୁମତି ଲୋଡିଛନ୍ତି ନିର୍ବାଚନ ଅଧିକାରୀ । ଇଭିଏମ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମରେ ପାରି ଯେପରି ପ୍ରବେଶ ନକରେ ଯାଞ୍ଚ କରାଯିବ । ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଏ ସମସ୍ତ ପ୍ରକ୍ରିୟା ସମସ୍ତ ରାଜନୈତିକ ଦଳ ର ପ୍ରତିନିଧିଙ୍କ ଉପସ୍ଥିତିରେ କରାଯିବ । ଏନେଇ ସମସ୍ତ ରାଜନୈତିକ ଦଳ ଗୁଡିକୁୂ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।