ଇରାନ୍ ଠାରୁ ତେଲ କିଣିବା ବନ୍ଦ କଲା ଭାରତ
ୱାଶିଂଟନ୍, (ଯୁଗାଦ୍ଦ ନ୍ୟୁଜ): ଆମେରିକା କଟକଣାରୁ ମିଳିଥିବା ରିହାତିର ଅବଧି ଚଳିତ ମାସ ପ୍ରାରମ୍ଭରେ ସମାପ୍ତ ହେବା ପରେ ଭାରତ ଇରାନ୍ ଠାରୁ ଅଶୋଧିତ ତେଲ କିଣିବା ବନ୍ଦ କରିଛି । ଆମେରିକାରେ ଭାରତର ରାଜଦୁତ ଏହି ସୂଚନା ପ୍ରଦାନ କରିଛନ୍ତି । ଏହି ପଦକ୍ଷେପ ପରେ ଭାରତ ସେହି ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଛି, ଯେଉଁମାନେ ଇରାନ୍ ଠାରୁ ଅଶୋଧିତ ତେଲ କିଣିବା ବନ୍ଦ କରିଛନ୍ତି । ଆମେରିକା ଇରାନ୍ ସହିତ ପରମାଣୁ ବୁଝାମଣାରୁ ନିଜକୁ ଅଲଗା କରିବା ପରେ ଏହା ବିରୋଧରେ ଅନେକ ଆର୍ଥିକ କଟକଣା ଲଗାଇବାକୁ ଘୋଷଣା କରିଥିଲା । ଏହା ୮ଦେଶକୁ ଇରାନ୍ରୁ ଅଶୌଧିତ ତେଲ କିଣିବା ଉପରେ କଟକଣାରୁ ରିହାତି ଦେଇଥିଲା । ତେବେ ଏହି ରିହାତିର ଅବଧି ଚଳିତ ମଇ ଆରମ୍ଭରେ ଶେଷ ହୋଇସାରିଛି । ଆମେରିକାରେ ଭାରତର ରାଜଦୁତ ହର୍ଷବର୍ଦ୍ଧନ ଶୃଙ୍ଗାଳ କହିଛନ୍ତି ଯେ ଆମେରିକା ଦ୍ୱାରା କଟକଣାରୁ ମିଳିଥିବା ରିହାତିର ଅବଧିକୁ ବଢ଼ାଇବାକୁ ମନା କରାଯିବା ପରେ ଭାରତ ଇରାନ୍ ଠାରୁ ଅଶୋଧିତ ତେଲ କିଣିବା ବନ୍ଦ କରିଦେଇଛି । ସେ କହିଛନ୍ତି ଯେ ଏପ୍ରିଲ୍ରେ ଭାରତ ଇରାନ୍ ଠାରୁ କିଣାଯାଉଥିବା ଅଶୋଧିତ ତେଲ ପରିମାଣ ପାଖାପାଖି ୨.୫ଅରବ ଟନ୍ରୁ ହ୍ରାସ୍ କରି ଅରବ ଟନ୍ କରିଥିଲା । ସେ କହିଛନ୍ତି ଯେ ଭାରତ ଇରାନ୍ ସହିତ ବେନେଜୁଏଲା ଠାରୁ ତେଲ କିଣିବା ମଧ୍ୟ ବନ୍ଦ କରିଛି ।


