ଇଲେକ୍ଟ୍ରିକ୍‌ ମାଛ

ଆମେରିକା: ପ୍ରକୃତିରେ କେତେକ ଜୀବଜନ୍ତୁ ରହିଛନ୍ତି, ଯାହା ସମ୍ପର୍କରେ ଜାଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ। ସେହିଭଳି ଅଜବ ଜଳଜୀବ ଦେଖିବାକୁ ମିଳେ ଆମେରିକାରେ। ଯାହାକୁ କୁହାଯାଉଛି ଇଲେକ୍ଟ୍ରିକ୍‌ ମାଛ। ମିଗୁଏଲ୍‌ ଓ୍ବାଟ୍‌ସନ୍‌ ନାମକ ଏହି ଇଲେକ୍ଟ୍ରିକ୍‌ ଇଲ୍‌ ମାଛ(ଯାହା ଦେଖିବାକୁ ସର୍ପାକୃତି ପରି) ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଇଲେକ୍ଟ୍ରିକ୍‌ ଇଲ୍‌ ମାଛ ସହରର ‘ଚଟାନୁଗା’ଆକ୍ୱାରିୟମ୍‌ରେ ରଖାଯାଇଛି। ଖ୍ରୀଷ୍ଟମାସ ଅବସରରେ ଏହି ଆକ୍ୱାରିୟମ୍‌ ଭିତରେ ଏକ ଖ୍ରୀଷ୍ଟମାସ ଟ୍ରି’ ରଖାଯାଇଛି। ଇଲେକ୍‌ଟ୍ରିକ୍‌ ଇଲ୍‌ରେ ଜେନେରେଟର ଖଞ୍ଜାଯାଇଛି। ଯାହା ଦ୍ୱାରା ଆକ୍ୱାରିୟମକୁ ବିଦ୍ୟୁତ୍‌ ମିଳିବ। ଆକ୍ୱାରିୟମର ଇଞ୍ଜିନିୟରମାନେ ଓ୍ବାଟସନ୍‌ର ଟ୍ୟାଙ୍କରରେ ଏକ ଖାସ୍‌ ସେନ୍‌ସର ଲଗାଇଛନ୍ତି। ଯେତେବେଳେ ଏହା ମଧ୍ୟକୁ କରେଷ୍ଟ ପାସ୍‌ କରିବ ସେନ୍‌ସର ଏହି ଗଛରେ ଲାଗିଥିବା ଲାଇଟ୍‌ ଏବଂ ସାଉଣ୍ଡ୍‌ ନିକଟରେ ପହଞ୍ଚିବ। ସେତେବେଳେ ଏହା ଆଲୋକମୟ ହେବା ସହ ମ୍ୟୁଜିକ୍‌ ବାଜିଉଠିବ। ଏହି ଇଲ୍‌ ୧୦ ଭୋଲ୍‌ଟର ବିଜୁଳି ସୃଷ୍ଟି କରିପାରିବ। ଏହାର ୮୦୦ ଭୋଲ୍‌ଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ରହିଛି। ଏହି ଇଲ୍‌ ଏକ ନାଇଫ୍‌ ଫିସ୍‌। ଏହା ଯେତେବେଳେ ସ୍ପାର୍କିଂ କରିବ ସେନ୍‌ସର୍‌ ଏହି କରେଣ୍ଟକୁ ଏକ ଫ୍ୟୁଜ୍‌ ବକ୍ସରେ କମ୍ପ୍ୟୁଟର ପ୍ରୋଗ୍ରାମ ସହ ସିଙ୍କ୍‌ କରିବ ବା ବୁଡ଼ିଯିବ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଇଲେକ୍ଟ୍ରିକ୍‌ ଇଲ୍‌ ମାଛକୁ ପ୍ରାୟ ୩୭ ଲକ୍ଷରୁ ଊର୍ଦ୍ଧ୍ୱ ୟୁଜର ଲାଇକ୍‌ କରିସାରିଲେଣି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ