ଡେଟିଂର ମାସକ ପରେ ଶାରୀରିକ ସମ୍ପର୍କ ରଖନ୍ତି ୫୦ ପ୍ରତିଶତ ପ୍ରେମୀ ଯୁଗଳ

ଯେତେବେଳେ କୌଣସି କପଲ୍ ରିଲେସନ୍‌ଶିପ୍‌ରେ ରହନ୍ତି, ସେମାନଙ୍କ ମଧ୍ୟରେ ପ୍ରେମ ଓ ଆବେଗ ସହିତ ସେମାନଙ୍କ ମଧ୍ୟରେ ଶାରୀରିକ ଇଣ୍ଟିମେସି ଡେଭ୍‌ଲପ୍‌ ହୋଇଥାଏ। ଅନେକ ପ୍ରେମୀ ଶାରୀରିକ ସମ୍ପର୍କ ବିଷୟରେ ଆଲୋଚନା କରିବା ପୂର୍ବରୁ ଅନେକ ଥର ଭାବିଥାନ୍ତି। କାରଣ ସେମାନେ ଭାବନ୍ତି, ଶୀଘ୍ର ଶାରୀରିକ ସମ୍ପର୍କ ବିଷୟରେ କଥା ହେବା ଫଳରେ ତାଙ୍କ ପାର୍ଟନର ତାଙ୍କୁ ଜଜ୍‌ କରିପାରନ୍ତି। ଏପରିସ୍ଥଳେ ପ୍ରଶ୍ନ ଉଠେ, ଡେଟିଂ କରିବାର କେତେ ଦିନ ପରେ ସେକ୍ସ ସମ୍ପର୍କରେ ଆଲୋଚନା କରାଯାଇପାରେ।ଶାରୀରିକ ସମ୍ପର୍କ ପାଇଁ ୬ ମାସ ଅପେକ୍ଷା କରିଥିଲେ ୨୧ ପ୍ରତିଶତ
ଏକ ଅନ୍‌ଲାଇନ୍‌ ମେଡିକାଲ କନ୍‌ସଲଟେସନ୍‌ ସର୍ଭିସ୍‌ ଏହି ବିଷୟକୁ ଦେଇ ଏକ ସର୍ଭେ କରିଥିଲା। ଏହି ସର୍ଭେରେ ଆମେରିକା ଓ ୟୁରୋପର ପ୍ରତିଯୋଗୀ ଭାଗ ନେଇଥିଲେ। ସର୍ଭେରେ ସାମିଲ୍‌ ହୋଇଥିବା ପାଖାପାଖି ୫୦ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ତାଙ୍କ ପାର୍ଟନରଙ୍କ ସହ ଇଣ୍ଟିମେଟ୍‌ ହେବା ବା ଶାରୀରିକ ସମ୍ପର୍କ ରଖିବା ଲାଗି ୧ ମାସ ଯାଏ ଅପେକ୍ଷା କରିଥିଲେ। ଅର୍ଥାତ୍‌ ପାର୍ଟନରଙ୍କ ସହ ୧ ମାସ ଡେଟ୍‌ କରିବା ପରେ ସେମାନେ ସେକ୍ସ କରିଥିଲେ। ସେହିପରି ୨୧ ପ୍ରତିଶତ ଲୋକ ଡେଟିଂ ପାର୍ଟନରଙ୍କ ସହ ସେକ୍ସ କରିବା ଲାଗି ୬ ମାସ ଅପେକ୍ଷା କରିଥିବା କହିଥିଲେ।
ରିଲେସନଶିପ୍‌ରେ ପଡ଼ିଥିଲା ଅପେକ୍ଷାର ଚାପ
ସର୍ଭେରେ ସାମିଲ୍‌ ହୋଇଥିବା ପ୍ରତିଯୋଗୀମାନେ ସ୍ବୀକାର କରିଥିଲେ ଯେ ପ୍ରଥମ ଥର ସେକ୍ସ କରିବା ପୂର୍ବରୁ କେତେ ଦିନ ଯାଏ ଅପେକ୍ଷା କରିବା ଉଚିତ ଓ କାଳେ ତରବର ହେବା କାରଣରୁ ପାର୍ଟନର ତାଙ୍କୁ ଜଜ୍‌ କରିବାକୁ ଲାଗିବେ, ଏହାର ଚାପ ସେମାନଙ୍କ ରିଲେସନଶିପ୍‌ ଉପରେ ପଡ଼ିଥିଲା। ବିଶେଷଜ୍ଞଙ୍କ ଅନୁସାରେ ଯଦି କୌଣସି ପ୍ରେମୀ ଯୁଗଳ ସେକ୍ସ କରିବାକୁ ଚାହୁଛନ୍ତି, ତେବେ ଉଭୟେ ଅଡଲ୍ଟ ହେବା ଉଚିତ ଓ ଉଭୟଙ୍କ ମଧ୍ୟରେ ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଂ ରହିବା ମଧ୍ୟ ଉଚିତ।
ସହମତିର ରହିଛି ଆବଶ୍ୟକତା
କପଲ୍ସମାନେ ସେକ୍ସ କରିବାବେଳେ କନ୍‌ସେଣ୍ଟ ବା ସହମତି ଏକ ଗୁରୁତ୍ବପୂର୍ଣ୍ଣ ଶବ୍ଦ ଅଟେ। ଯଦି କୌଣସି ପାର୍ଟନର ପ୍ରଥମେ ସେକ୍ସ ପାଇଁ ସହମତି ପ୍ରକାଶ କଲାପରେ ମଧ୍ୟ ଶେଷ ମୁହୂର୍ତ୍ତରେ କମ୍ଫର୍ଟେବଲ ଅନୁଭବ କରୁନାହାନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ସେକ୍ସ କରିବାକୁ ଚାହୁ ନାହାନ୍ତି, ତେବେ ତାଙ୍କୁ ସେକ୍ସ କରିବା ଲାଗି ବାଧ୍ୟ କରନ୍ତୁନି। ଏଥିସହିତ ପ୍ରେଗ୍ନାନ୍ସି ଓ ସେକ୍ସୁଆଲି ଟ୍ରାନ୍ସମିଟେଡ୍‌ ରୋଗରୁ ରକ୍ଷା ପାଇବା ଲାଗି ସେଫ୍‌ ସେକ୍ସ କରିବା ନିହାତି ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ