ଇଲେକ୍ଟ୍ରି ମିଟର ରିଡର ମାନଙ୍କୁ ରେଡଟେକ କମ୍ପାନୀର ଅଣଦେଖା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଶନିବାର ଦିନ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଠାରେ ଇଲେକ୍ଟ୍ରି ମିଟର ରିଡର ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଧାମନଗର, ଅସୁରାଳି, ଆଳି ସବଡ଼ିଭିଜନର ୮ଟି ସେକସନରୁ ପ୍ରାଏ ଶହେରୁ ଉର୍ଦ୍ଧ ମିଟର ରିଡର ଓ ସୁପରଭାଇଜର ଯୋଗ ଦେଇଥିଲେ। ବିଗତ ୧୫ ବର୍ଷରୁ ଉର୍ଦ୍ଧ ହେବ କାର୍ଯ୍ୟ ସମ୍ପାଦନ କରିଆସୁଥିବା ମିଟର ରିଡର ମାନଙ୍କୁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କମ୍ପାନୀ ତରଫରୁ ଅଣଦେଖା କରାଯାଉଥିବା ବେଳେ ସ୍ଥାୟୀ ନିଯୁକ୍ତି ମିଳୁନାହିଁ। ବର୍ତ୍ତମାନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଟିପିଏନଓଡିଏଲ ଠାରୁ ରେଡଟେକ ସଲୁସନ ଇଣ୍ଡିଆ ଏଯେନ୍ସି ସେମାନଙ୍କୁ କୌଣସି ପ୍ରକାର ସାହାଯ୍ୟ କରୁନଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ପ୍ରତି ମିଟର ରିଡରଙ୍କୁ ୧ ହଜାର ଅନଲାଇନ ବିଲ କରିବା ସହ ଇପିଏଫ, ଇଏସଆଇ ଓ ପ୍ରମାଣ ପତ୍ର ଦେବା ପାଇଁ କମ୍ପାନୀର ନିୟମ ଅଛି। ହେଲେ ରେଡଟେକ ସଲୁସନ ଇଣ୍ଡିଆ ପକ୍ଷରୁ ଏଗୁଡିକ କରାଯାଉନାହିଁ। ବରଙ୍ଗ ଜୋର ଜବରଦସ୍ତ ପ୍ରତି ପିଲାଙ୍କୁ ୧୨ ସହ ୫୦ ବିଲ କରିବା ସହ ୩ଜି ପୁରୁଣା, ଭଙ୍ଗା ମୋବାଇଲ ଓ ପୁରୁଣା ପ୍ରିଣ୍ଟର ପ୍ରଦାନ କରାଯାଇଛି। ସେଥିରୁ କାହାର ମୋବାଇଲର ବେଟେରୀ ଫୁଲିଯାଇଛି ତ ପୁଣି କାହାର ଅନ ହେଉନାହିଁ। ୪ଜି ଯୋଗରେ ୩ଜି ମୋବାଇଲରେ ନିଜ ହାତରୁ ରିଚାର୍ଜ କରି କମ୍ପାନୀ କାମ କରିବା ସମ୍ଭବ ହେଉନାହିଁ। ତା ସହ ମେଡିକାଲ ଓ ଅନ୍ୟ କୌଣସି ସୁବିଧା ସୁଯୋଗ ଦେଉନଥିବା ଅଭିଯୋଗ ହୋଇଛି। ଜାହାଫଳରେ ଉକ୍ତ କମ୍ପାନୀ ଟିପିଏନଓଡିଏଲ ର ନିୟମକୁ ଖୋଲା ଉଲଂଘନ କରି ପିଲାଙ୍କ ଠାରୁ ନିଜର ଫାଇଦା ନେବାକୁ ଚେଷ୍ଟା କରୁଛି। ତେଣୁ ଆଗାମୀ ଦିନରେ ରେଡଟେକ ସଲୁସନ ଇଣ୍ଡିଆ ଏଗୋଡିକ ସମାଧାନ ନକଲେ କାର୍ଯ୍ୟ ବନ୍ଧ କରିବା ସହ ରାଜ୍ୟ ସରକାର ଦ୍ୱାରା ଟିପିଏନଓଡିଏଲଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଉଲ୍ଲାଇବାକୁ ମିଟର ରିଡର ସଂଘର ବିରେନ୍ଦ୍ର ମିଶ୍ର, କମଲ ପଣ୍ଡା, ଜାକେଶ ଦାସ, ଶୌଭାଗ୍ୟ ସାହୁ, କାର୍ତିକ ସାହୁ,ପ୍ରତାପ ରାଉତ, ଅଜିତ ପତି, ଦେବେନ୍ଦ୍ର ଉପାଧ୍ୟାୟଙ୍କ ସହ ଅନ୍ୟମାନେ ଚେତାବନୀ ଦେଇଛି। ତେଣୁ ଉପରିସ୍ତ ଅଧିକାରୀ ତୁରନ୍ତ ଏଦିଗରେ ଉଚିତ ପଦକ୍ଷେପ ନେଇ ସମାଧାନ କରିବାକୁ ଦାବି ହୋଇଛି।


