ଇସ୍କନ୍ ବରଗଡ଼ର ଚତୁର୍ଥ ବାର୍ଷିକୋତ୍ସବ ଧୁମଧାମରେ ପାଳିତ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଇସ୍କନ୍ ବରଗଡ଼ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ, ଗତ ୧୪ ଓ ୧୫ ତାରିଖ, ଦୁଇଦିନ ଧରି ଅଗ୍ରଗାମୀ ଯୁବକ ସଂଘ ପରିସରରେ ଇସ୍କନ୍ ବରଗଡ଼, କାଳି ମନ୍ଦିର ରୋଡ଼ ତରଫରୁ ୧୪ ତାରିଖ ଦିନ ଗୌର ପୂର୍ଣିମା ଏବଂ ୧୫ ତାରିଖ ଦିନ ପୁଷ୍ପହୋଲି ସଫଳତାର ସହିତ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ନୁତନ ବିଗ୍ରହ ମାନଙ୍କୁ ନେଇ ନଗର ସଂକିର୍ତ୍ତନ୍ୟ କରାଇବା ସହିତ ଇସ୍କନ୍ ବରଗଡ଼ର ନୂତନ ୱେବ୍ ସାଇଟ୍ www.iskconbargarh.co.in ର ଉନ୍ମୋଚନ ମଧ୍ଯ କରାଗଲା। ଏହି ଦୁଇ ଦିନିଆଁ କାର୍ୟ୍ଯକ୍ରମରେ ଇସ୍କନ୍ ର ଭକ୍ତ ମାନଙ୍କ ବ୍ୟତୀତ ବରଗଡ଼ର ବିଭିନ୍ନ ମାନ୍ଯଗଣ୍ଯ ବ୍ଯକ୍ତି ମଧ୍ଯ ଯୋଗ ଦେଇଥିଲେ।ଏମାନଙ୍କ ମଧ୍ୟରେ ବରଗଡ ର ବରିଷ୍ଠ ଆଇନଜୀବି ଶିରିଶ ବଲ୍ଲଭ ମିଶ୍ର, ଶଙ୍କର୍ଷଣ ମିଶ୍ର, ପୂର୍ବତନ ବିଧାୟକ ସାଧୂ ଚରଣ ନେପାକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅକୃର ମଲ୍ଲିକ, ବରିଷ୍ଠ ନାଗରିକ ସଂଘ ସଂପାଦକ ଗୋବିନ୍ଦ ଦାଶ, ବିଜେପି ନେତା ସର୍ଦ୍ଦାର ପ୍ରୀତମ ସିଂ, ବରିଷ୍ଠ ସାମ୍ବାଦିକ ତୁଳସୀ ଚରଣ ଦାଶ, ନାସିର ଖାଁ, ମହମ୍ମଦ ଅସଲମ ଓ ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ହେରେରାମ ହରେକୃଷ୍ଣ ମହାମନ୍ତ୍ର ଓ ପୁଷ୍ପ ହୋଲି ରେ ସାମିଲ ହୋଇଥିଲେ !ଶାନ୍ତି ଶୃଙ୍ଖଳା ରେ ହୋଲି ଉତ୍ସବ ସମାପନ ହୋଇଥିବାରୁ ଇସ୍କନ ସଂସ୍ଥା ପକ୍ଷରୁ ଅଭିଜିତ କ୍ରୀଷ୍ଣା ପ୍ରଭୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !