ଇ.ଭି.ଏମ୍ ଡେମନଷ୍ଟ୍ରେସନ ସେଣ୍ଟର (ଇ.ଡି.ସି) ଉଦ୍ଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :ସ୍ଥାନୀୟ କଲେକ୍ଟୋରେଟ ପରିସରରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଭୋଟିଂ ମେସିନ ବ୍ୟବହାର ପ୍ରଦର୍ଶନ ନିମନ୍ତେ ଏକ ଇ.ଭି.ଏମ୍ ଡେମନଷ୍ଟ୍ରେସନ ସେଣ୍ଟର (ଇ.ଡି.ସି) ଉଦ୍ଘାଟନ କରିଛନ୍ତି I ଭୋଟିଂ ମେସିନର ସଠିକ ବ୍ୟବହାରିକତା ବାବଦରେ ଭୋଟରମାନଙ୍କୁ ଅବଗତ କରାଇବା ନିମନ୍ତେ ଏହି ଅସ୍ଥାୟୀ କେନ୍ଦ୍ରକୁ ସ୍ଥାପିତ କରାଯାଇଛି I ଆସନ୍ତା ସାଧାରଣ ନିର୍ବାଚନରେ ଭୋଟ ଦାନ ମେସିନ ମାଧ୍ୟମରେ ହେବାକୁ ଥିବାରୁ ପ୍ରତ୍ୟେକ ଭୋଟର ସଠିକ୍ ଭାବରେ ଭୋଟିଂ ମେସିନର ବ୍ୟବହାରିକତା ସମ୍ବନ୍ଧେ ଏହି କେନ୍ଦ୍ରରେ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି I ଏହି କେନ୍ଦ୍ରମାନଙ୍କରେ ସରକାରୀ ଅଧିକାରୀ ମେସିନ ସହ ଉପସ୍ଥିତ ରହି ଭୋଟରମାନଙ୍କୁ ମେସିନ ବ୍ୟବହାର ବାବଦରେ ଶିଖାଇବେ I ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ଗାୟତ୍ରୀ ସୋରେନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ I ସୂଚନା ଯୋଗ୍ୟ କି, ଏହି ଇ.ଭି.ଏମ୍ ଡେମନଷ୍ଟ୍ରେସନ ସେଣ୍ଟର (ଇ.ଡି.ସି) ବାଲେଶ୍ୱର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧ୍ୟ ସ୍ଥାପନ କରାଯାଇଛି I ଚଳିତ ମାସ ତା ୧୬ ରିଖଠାରୁ ପ୍ରତ୍ୟେକ ପୌରପାଳିକା ଓ ବ୍ଲକ ସ୍ତରରେ ଏହି ଭୋଟିଂ ମେସିନ ବ୍ୟବହାର ପ୍ରଶିକ୍ଷଣ ନିମନ୍ତେ ଭ୍ରାମ୍ୟମାଣ ଯାନ ମାନ (ପ୍ରତି ପୌରପାଳିକା ଓ ବ୍ଲକରେ ଗୋଟିଏ ଲେଖାଏଁ, ଏହି ପରି ୧୫ଟି ମୋବାଇଲ ଡେମନଷ୍ଟ୍ରେସନ ଭେହିକଲ (ଏମ.ଡି.ଭି)) ପ୍ରତ୍ୟେକ ବୁଥ ସ୍ତର ପର୍ଯ୍ୟନ୍ତ ଯାଇ ଭୋଟରମାନଙ୍କୁ ମେସିନ ବ୍ୟବହାର ଶିଖାଇବାର ଆୟୋଜନ କରାଯାଇଛି I ପ୍ରତ୍ୟେକ ମୋବାଇଲ ଡେମନଷ୍ଟ୍ରେସନ ଭେହିକଲ ଗୋଟିଏ ଗୋଟିଏ ବୁଥ ଅବସ୍ଥିତିରେ ୯୦ ମିନିଟ ସମୟ ରହି ଭୋଟର ମାନଙ୍କୁ ମେସିନ ଭୋଟିଂ ଅଭ୍ୟାସ କରାଇବ ଏବଂ ପ୍ରତ୍ୟହ ଗୋଟିଏ ଯାନ ୩ଟି ବୁଥ ଅବସ୍ଥିତିକୁ ଗସ୍ତ କରିବ I ଏହି କାର୍ଯ୍ୟକ୍ରମ ଆସନ୍ତା ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ