ଈଶାନଙ୍କ ପାଇଁ କରବାଚୌଥ ବ୍ରତ ରଖିଲେ ଜାହ୍ନବୀ
ନବରାତ୍ର ପୂଜା ପରେ ଏବେ ମହିଳାମାନେ କରବାଚୌଥ ବ୍ରତ କରିବାକୁ ସଜବାଜ ହେଉଛନ୍ତି । ବଲିଉଡ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହି ଉତ୍ସାହ ଦେଖିବାକୁ ମିଳୁଛି । ପୂଜା ପୂର୍ବରୁ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଈଶାନ ଖଟ୍ଟରଙ୍କ ପାଇଁ କରବାଚୌଥ ବ୍ରତ ରଖିଛନ୍ତି । ଉଭୟ ପୂଜା କରିବାର ଏକ ଭିଡିଓ ଏବେ ସାସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜାହ୍ନବୀ ଏକ ଜାଲିରେ ଈଶାନଙ୍କୁ ଦେଖୁଛନ୍ତି । ଖାଲି ସେତିକି ନୁହେଁ, ଏହି ଭିଡିଓର ବ୍ୟାକ୍ ଗ୍ରାଉଣ୍ଡରେ ଫିଲ୍ମ “ଦିଲ୍ ୱାଲେ ଦୁଲହନିଆଁ ଲେ ଯାଏଗେଁ’ ର ଏକ ଗୀତ ଶୁଣିବାକୁ ମିଳୁଛି । ଶୋ’ରେ ଏହି ଯୋଡି ଏମିତି ଅଭିନୟ କରିଛନ୍ତି ଯେମିତି ସେମାନେ ପ୍ରକୃତରେ ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ । ପ୍ରକୃତ କଥା ହେଲା ଏହି ଭିଡିଓଟି ଛୋଟ ପରଦାରେ ପ୍ରସାରିତ ଏକ ଶୋ’ “ମୁଭି ମସ୍ତି ୱିଥ୍ ମନୀଷ ପାଲ’ର । ଏହି ଯୋଡି ଫିଲ୍ମ “ଧଡକ୍’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ।


