ଉକ୍ରଳମଣି ଗୋପବନ୍ଧୁଙ୍କୁ ୧୪୩ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,: ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶା ପ୍ରାଦେଶିକ କଂଗ୍ରେସର ପ୍ରଥମ ସଭାପତି,ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା, ବାଗ୍ମୀ ଦୀନଦରିଦ୍ର ଓଡ଼ିଆଙ୍କ ସୁଖ ଦୁଃଖର ସାଥୀ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ୧୪୩ତମ ଜନ୍ମଜୟନ୍ତୀରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆଜି ସକାଳେ ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟକର୍ମୀମାନେ ସ୍ଥାନୀୟ ଗୋପବନ୍ଧୁ ଛକସ୍ଥିତ ଉକ୍ରଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ଉପସ୍ଥିତ ଦଳୀୟକର୍ମୀମାନଙ୍କୁ ଉଦ୍ବୋଧନ ଦେଇ ସଭାପତି ଶ୍ରୀ ବେହେରା କହିଥିଲେ ଯେ, ଆଜି ବନ୍ୟା, ବାତ୍ୟା ମରୁଡ଼ି ସମୟରେ ଓଡ଼ିଶାବାସୀ ଗୋପବନ୍ଧୁଙ୍କୁ ଝୁରି ହେଉଛନ୍ତି । ତାଙ୍କ ପ୍ରତିଷ୍ଠିତ ସମାଜ ଆଜି ଗରିବ ଓଡ଼ିଆଙ୍କର ଦୁଃଖ ଦୁର୍ଦ୍ଦଶାର କାହାଣିକୁ ସରକାରଙ୍କ ପାଖରେ ପହଞ୍ଚାଇବାରେ ଉଦ୍ୟମ କରୁଛି । ରାଜ୍ୟରୁ ଦାରିଦ୍ର୍ୟ, ପ୍ରାକୃତିକ ବିପର୍ଯ୍ୟୟ ଓ ବେକାରୀ ହଟାଇବାରେ ଆମେ ସଂଗ୍ରାମ ଜାରି ରଖିଲେ ତାହା ହିଁ ଉକ୍ରଳମଣିଙ୍କ ପ୍ରତି ତାଙ୍କ ଜନ୍ମଜୟନ୍ତୀରେ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବରିଷ୍ଠ ନେତା ବିଜୟ ବେହେରା, ସଞ୍ଜୟ ନାୟକ, ଯୁବନେତା ସୁବ୍ରତ ଲେଙ୍କା, ନାରୀନେତ୍ରୀ ରିତା ପଟ୍ଟନାୟକ, ଶ୍ରମିକନେତା ନବ ପରିଡ଼ା ଓ ବସନ୍ତ ପରିଡ଼ା ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରି ଗୋପବନ୍ଧୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।