ଉକ୍ରଳ ଦିବସ ଉପଲକ୍ଷେ ଉପରାଷ୍ଟ୍ରପତିଙ୍କ ବାର୍ତା
ଉକ୍ରଳ ଦିବସ ଉପଲକ୍ଷେ ଓଡ଼ିଶାର ସମସ୍ତ ନାଗରିକମାନଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ।
ମୁଁ ଏହା ଜାଣି ଆନନ୍ଦିତ ଯେ ଓଡ଼ିଶା ରାଜ୍ୟ, ପ୍ରତ୍ୟେକ ବର୍ଷ ଏପ୍ରିଲ ପହିଲାରେ ଉକ୍ରଳ ଦିବସ ପାଳନ କରି ଆସୁଛି । ଏପ୍ରିଲ ୧, ୧୯୩୬ରେ ଏହା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରଠାରୁ ଏହି ଦିବସ ପାଳିତ ହେଉଛି । ଓଡ଼ିଶାର ଏକ ଗୌରବମୟ ଏବଂ ସମୃଦ୍ଧ ଇତିହାସ ରହିଛି । ସାଂସ୍କୃତିକ ବିବିଧତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହାର ପ୍ରସିଦ୍ଧି ରହିଛି । ପର୍ବପର୍ବାଣୀ, ସୁନ୍ଦର କଳା ଓ ଚମକ୍ରାର ସ୍ଥାପତ୍ୟର ଏହା ଗନ୍ତାଘର । ଖୁସିର କଥା ହେଉଛି ଓଡ଼ିଶାରେ ସ୍ଥିର ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଛି ଏବଂ ମାନବ ବିକାଶ ସୂଚକାଙ୍କରେ ଏହା ଉନ୍ନତ ପ୍ରଦର୍ଶନ କରୁଛି । ଉକ୍ରଳ ଦିବସ ପାଳନ ଉପଲକ୍ଷେ ଓଡ଼ିଶାର ଜନସାଧାରଣଙ୍କୁ ମୁଁ ମୋର ଶୁଭକାମନା ଜଣାଉଛି । ରାଜ୍ୟ ଓ ରାଜ୍ୟର ଲୋକମାନେ ନିରନ୍ତର ସମୃଦ୍ଧି ଓ ପ୍ରଗତି ହାସଲ କରିଚାଲନ୍ତୁ ।


