ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ
ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ରାମଣ୍ଡା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡିସେମ୍ବର ୦୧ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମେଳାକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ସେନାପତି ନିଜ ବକ୍ତବ୍ୟରେ ସରକାରୀ ବିଦ୍ୟାଳୟରେ ପାଠ ପଢିଲେ ଯେଉଁସବୁ ସୁବିଧା ମିଳିଥାଏ ତାହା ପ୍ରକାଶ କରିବା ସହ ମୋ ସ୍କୁଲ ବିଷୟରେ ଅଭିଭାବକ ବୃନ୍ଦଙ୍କୁ ବୁଝାଇ ଥିଲେ। ଗୁରୁଜନ ମାନଙ୍କୁ ସମ୍ମାନ ଜଣାଇବା ସହ ଉତ୍ତମ ଶିକ୍ଷା ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ମେଳାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୀ ଚରଣ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରସିସି ରାଜକିଶୋର ଦାଶ ଓ ଏସଏମସି ସଭାପତି ପାଣ୍ଡବ ଦଳାଇ ଯୋଗଦେଇଥିଲେ । ଅତିଥି ବୃନ୍ଦ ୧୦୯ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ପାଢ଼ୀ ଅତିଥି ପରିଚୟ ଓ ସବିତା ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାଶ ଓ ପ୍ରଶାନ୍ତ କୁମାର ପ୍ରଧାନ ମେଳା ପରିଚାଳନା କରିଥିଲେ ।