ଉଡାଣ ବେଳେ ଆକାଶରୁ ଖସି ପଡିଲା ମିଗ୍ ୨୯ ବିମାନ ଟାଙ୍କି
ପଣଜା : ଗୋଆରେ ଭାରତୀୟ ବାୟୁସେନାର ଫାଇଟର ପ୍ଳେନ ମିଗ୍ ୨୯ ଉଡାଣ ଆରମ୍ଭ ସମୟରେ ଏହାର ବାହାରେ ଥିବା ଇନ୍ଧନ ଟାଙ୍କି ଖସିପଡିଯିବାରୁ ସେହି ସ୍ଥାନରେ ହୁତହୁତ ହୋଇ ଜଳିଥିଲା । କିଛି ସମୟ ବିମାନ ଉଡାଣକୁ ସ୍ଥଗିତ କରାଯାଇଛି । ତୁରନ୍ତ ବାୟୁ ସେନା ତରଫରୁ ନିଆଁକୁ ଆୟତ କରାଯାଇଛି । ବିମାନଟି ସଂମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି । ଅନ୍ୟ ବିମାନ ଗୁଡିକ ସାମାନ୍ୟ ବିମାନ ଉଡାଣ ବିଳମ୍ଭରେ କରିବ । ତୁରନ୍ତ ବାୟୁସେନା ତରଫରୁ ଚଳାଚଳ ପ୍ରତି ଦୃଷ୍ଟି ଦିଆଯାଉଛି ।


