ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ 

ନାଉଗାଁ,(ଓ୍ବାଇଏନ୍ଏସ୍): ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ନାଉଗାଁ ବ୍ଳକର ବିଭିନ୍ନ ସ୍ଥାନରେ ଶୁକ୍ରବାର ପାଳନ କରାଯାଇଛି । ଏହି ଅବସରରେ ଉତ୍କଳମଣୀ ଜୟନ୍ତୀ ପାଳନ କମିଟି ଆବାହକ ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ନାଉଗାଁ ବଜାରରେ ଥିବା ଉତ୍କଳମଣୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଆୟୋଜିତ ଜୟନ୍ତୀ ସଭାରେ ସୁରେଶ ବେହୁରା, ନବ କିଶୋର ମହାନ୍ତି, ମହେଶ୍ୱର ଦାସ, ବଂଶୀଧର ବେହେରା, ରଘୁନାଥ ଦାସ, ଅଜିତ କାଣ୍ଡୀ, କାଳନ୍ଦୀ ସେଠୀ ଆଦି ଯୋଗ ଦେଇ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ମୁଣ୍ଡାଳୋସ୍ଥିତ ପୂଜ୍ୟପୂଜା କମିଟି ପକ୍ଷରୁ ଶ୍ରୀନିବାସ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ବେହେରା, ଆଇନିଜୀବ୍ ପ୍ରମୋଦ ସ୍ୱାମୀ, ସମାଜସେବୀ ପ୍ରଶାନ୍ତ ମିଶ୍ର, ଚିତରଂଜନ ପରିଡା, ଅଜୟ ବେହେରା ପ୍ରମୁଖ ଉତ୍କଳମଣୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ