ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ୨ୟ ସନ୍ଧ୍ୟା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୨ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ କମିଟିର ସଭାପତି ଉଚ୍ଚ ନ୍ୟାୟାଳୟର ଆଇନଜୀବି ମନୋଜ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସୂଚନା ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗ ଦେଇ ମହୋତ୍ସବ ଗ୍ରାମାଞ୍ଚଳର ହଜିଯାଉଥିବା ଭାଇଚାରାର ସମ୍ପର୍କ ଦୃଢିଭୂତ କରିଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ କଳିଙ୍ଗସେନାର ସୁପ୍ରିମୋ ତଥା ନନ୍ଦିନୀ ଖବର କାଗଜର ସମ୍ପାଦକ ହେମନ୍ତ ରଥ ଯୋଗ ଦେଇ କଳାସଂସ୍କୃତିର ମାଟି ଆଗରପଡ଼ାର ମହୋତ୍ସବ ସାଧାରଣ ଜନତାଙ୍କ ମିଳନସ୍ଥଳୀ ପାଲଟିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକୀ ହବିବି, ସମାଜସେବୀ ଦିଗମ୍ବର ବିଶ୍ୱାଳ, ଗୃହବିଭାଗ ପୋଲିସ ଅଧିକାରୀ ବିଶ୍ୱଜିତ ବେହେରା, କମିଟି ଉପଦେଷ୍ଟା ବିଦ୍ୟାଧର ବେହେରା, ଉପସଭାନେତ୍ରୀ ମମତା ମହାନ୍ତି, ମିସେସ ଓଡ଼ିଶା ସନ୍ଧ୍ୟା ଦଳେଇ ଯୋଗ ଦେଇଥିଲେ । କମିଟିର ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ମହୋତ୍ସବର ଆଭିମୁଖ୍ୟ ରଖି ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଥିଲେ । ରଶ୍ମିତା ପୁହାଣଙ୍କ ମଞ୍ଚ ପରିଚାଳନାରେ କ୍ଷୀରାବ୍ଦୀ ତନୟା ପଣ୍ଡା ସଙ୍ଗୀତ ଓ ସିଜା ରାୟ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ । ସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ମଞ୍ଚ ପରିଚାଳନାରେ ଶିକ୍ଷାବିତ ରମାକାନ୍ତ ଜେନା ଅତିଥି ପରିଚୟ ଓ ଉପଦେଷ୍ଟା ସୁବୋଧ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଉପସଭାପତି ଗୋପାଳ କୃଷ୍ଣ ଦାଶ,ଭରତ କୁମାର ସାହୁ, ଉଲ୍ଲାସ ବାରିକ, ଅଶୋକ କୁମାର ପରିଡ଼ା, ହିମାଂଶୁ ଶେଖର ସାହୁ, ଛାୟାକାନ୍ତ ନନ୍ଦ, ଚିତ୍ତରଞ୍ଜନ ଦାସ, ଦିପକ ପୁରୀ, ମାମୁନି ସିଂହ, ନିହାର ରଞ୍ଜନ ସାହୁ, ମାନସ ରାୟ, ଆମ୍ରପାଲି ଗାହାଣ ସହଯୋଗ କରିଥିଲେ । ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲେ ନିରଞ୍ଜନ ଓଝା ଓରଫ ମାଗାନ୍ନା ଓଳିଗି । ଏ ମଣି ମାଗାନ୍ନା ଆସିଛି ସଂଳାପର ଦର୍ଶକମାନେ ବିମୋହିତ ହୋଇଥିଲେ । ଶେଷରେ ସୁଦୂର ବଲାଙ୍ଗୀରର ବର୍ଣ୍ଣଳୀ କଳାକେନ୍ଦ୍ରର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ