ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ୬ଷ୍ଠ ସନ୍ଧ୍ୟା

ବନ୍ତ, (ଚାନ୍ଦିନୀ ମହାନ୍ତି):ଆଗରପଡ଼ାର ଐତିହ୍ୟ ଓ ସଂସ୍କୃତି ନିଆରା । ଏ ମାଟିର ବରପୁତ୍ର ଯୋଗଜନ୍ମା ପୁରୁଷ ନବଉତ୍କଳର ନିର୍ମାତା ଡ଼. ହରେକୃଷ୍ଣ ମହତାବଙ୍କ ବ୍ୟକ୍ତିତ୍ୱ ସାରା ଭାରତରେ ଚର୍ଚ୍ଚିତ ହୋଇ ଆସୁଅଛି । ସେ ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ଯେକି ଦଳମତ ନିର୍ବିଶେଷର ସମସ୍ତ ଶ୍ରେଣୀର ବ୍ୟକ୍ତିଙ୍କୁ ଏକତା ରଜ୍ଜୁରେ ବାନ୍ଧି ପାରୁଥିଲେ । ତାଙ୍କର ଜନ୍ମମାଟି ତଥା ତାଙ୍କ ନାମରେ ମହୋତ୍ସବ ଆୟୋଜନ କରି ଦୀର୍ଘ ୯ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସୁଚାରୁ ରୂପେ ପାଳନ କରି ଆସୁଥିବା କର୍ମକର୍ତ୍ତାମାନେ ଧନ୍ୟବାଦର ପାତ୍ର ବୋଲି ବନ୍ତ ବ୍ଲକ ଆଗରପଡ଼ା ହେମପଦ୍ମ ଗାଲାକ୍ସି ଠାରେ ୯ମ ବାର୍ଷିକ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବର ୬ଷ୍ଠ ସନ୍ଧ୍ୟାରେ ଅତିଥି ମାନେ ଯୋଗ ଦେଇ କହିଥିଲେ । ମହୋତ୍ସବ କମିଟିର ସଭାପତି ମନୋଜ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୁରୁଷଣ୍ଢ ସେବାସମବାୟ ସମିତି ସଭାପତି ପ୍ରଶାନ୍ତ କୁମାର ଦାଶ, ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ଉପଦେଷ୍ଟା ବିଦ୍ୟାଧର ରାଉତ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ମହୋତ୍ସବ କମିଟିର ବରିଷ୍ଠ ଉପଦେଷ୍ଟା ସ୍ୱର୍ଗତ ରଥ ବେହେରାଙ୍କ ମରଣୋତ୍ତର ଉପାଧିଙ୍କୁ ତାଙ୍କର କନ୍ୟା ଅନୀତାରାଣୀ ବେହେରା, ଜାତୀୟସ୍ତରର ରଗବି ଖେଳାଳୀ ତିଳୋତ୍ତମା ସାହୁ, ଆଦର୍ଶ ଶିକ୍ଷକ ପଞ୍ଚାନନ ପୃଷ୍ଟିଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ହେମନ୍ତ ସିଂହ ସ୍ୱାଗତ ଭାଷଣ ଓ ଧଦ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ପ୍ରଫୁଲ୍ଲ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ପୂର୍ବରୁ ପ୍ରତିଭା ଚୟନରେ କୃତିତ୍ତ୍ୱ ଅର୍ଜନ କରିଥିବା ଏ ଅଞ୍ଚଳର କୁନିକୁନି କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ଅତିଥି ଓ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲେ । ସାଂସ୍କୃତିକ ମଞ୍ଚକୁ ଚିତ୍ତରଞ୍ଜନ ଦାସ, ନୀହାର ରଞ୍ଜନ ସାହୁ, ଦିପକ ପୁରୀ, ଦିପକ ପୁରୀ, ଆମ୍ରପଲ୍ଲୀ ଗାହାଣ ପରିଚାଳନା କରିଥିଲେ । ଶେଷରେ ଉତ୍ସବ କ୍ରିଏସନର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉପସଭାପତି ଗୋପାଳ କୃଷ୍ଣ ଦାଶଙ୍କ ତତ୍ତ୍‌ାବଧାନରେ ତାପସ ରାୟ, ମନ୍ମଥ ଦାସ, ଉଲ୍ଲାସ ବାରିକ, ସୁବୋଧ ସାହୁ, ଅଶୋକ କୁମାର ପରିଡ଼ା, ଶ୍ରଦ୍ଧାଞ୍ଜଳି ସାହୁ, ରଶ୍ମିତା ପୁହାଣ ଙ୍କ ସମେତ ରୟାଲ ଇଗଲ କ୍ଲବର ସଭ୍ୟମାନେ ବିଭିନ୍ନ କାର୍ଯ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ