ଉତ୍କଳ ଗଡାୟତ ଖଦାଳ ସମାଜର କର୍ମକର୍ତ୍ତା ମନୋନୟନ 

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ):ଆଜି ଦିନ ଦଶ ଘଣ୍ଟ ସମୟରେ ଗୋବରା ନିକଟସ୍ଥ ବିଂଚଣା ମାଆ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଗଡାୟତ ଖଦାଳ ସମାଜ ପାଇଲିପଡା ମୁଠା ୪୨ ପଲ୍ଲୀ ଗ୍ରାମର ଏକ କର୍ମକର୍ତ୍ତା ମନୋନୟନ ସଭା ଅନୁଷ୍ଠିତ ହୋଇଯାଇଛି I ମୁଠାର ପୂର୍ବତନ ସଭାପତି ବସନ୍ତ ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ଥିବା ୪୨ ପଲ୍ଲୀର ସଭାପତି ଓ କର୍ମକର୍ତ୍ତାଙ୍କ ସମୂହ ନିଷ୍ପତି ପ୍ରକାରେ ଗାଙ୍ଗପୁର ଅଞ୍ଚଳର ଜଣାଶୁଣା ଯୁବ ସଂଗଠକ ଗଣେଶ ନାୟକ ସଭାପତି, ଗୋବରାର ବରିଷ୍ଠ ମଞ୍ଚ ଅଭିନେତା ଲିଙ୍ଗରାଜ ନାୟକ ଉପସଭାପତି ଓ ପ୍ରଧାନ ଶିକ୍ଷକ ଦାମୋଦର ନାୟକ ସମ୍ପାଦକ ରୂପେ ମନୋନୀତ ହୋଇଛନ୍ତି I ସେହିପରି ଉରିଗଡର ଅଭିମନ୍ୟୁ ନାୟକ, ପାଲକଷଣ୍ଢା ନାରାୟଣ ନାୟକ, କେ. ନୂଆଁଗଡ ମୋଚୀଆ ନାୟକ, ଗୁଣ୍ଠପଲ୍ଲବା ଶଙ୍କର ନାୟକ, ସାନ ସାଦର ଧୋବା ନାୟକ, ଦୋଡଙ୍ଗା ଅରୁଣ ନାୟକ, ନେଟେଙ୍ଗା ଅଶୋକ ନାୟକ ଓ ମୁନିଗାଡ଼ି ସୁଦର୍ଶନ ନାୟକ ପାଇଲିପଡା ମୁଠାକୁ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି I ଅଧାରୁ ପାଠ ଛାଡି ଦେଉଥିବା ଖଦାଳ ଜାତିର ପିଲାଙ୍କୁ କିପରି ପ୍ରୋତ୍ସାହିତ କରି ସେମାନଙ୍କର ବିଦ୍ୟାଳୟ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଇ ପାରିବ ସେ ନେଇ ସଭାପତି, ଉପସଭାପତି ଏବଂ ସମ୍ପାଦକ ମତବ୍ୟକ୍ତ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ