ଭିନ୍ନକ୍ଷମ ଙ୍କୁ ହ୍ଵିଲ ଚେୟାର ପ୍ରଦାନ 

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସାମାଜିକ ସୁରକ୍ଷା ଵିଭାଗ ପକ୍ଷରୁ ଆଜି ଵିଭିନ୍ନ ଗ୍ରାମର ଭିନ୍ନକ୍ଷମ ମାନଙ୍କୁ ସାମର୍ଥ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ଛୁଟିଦିନ ଥିଲେ ସୁଦ୍ଧା ଵିଡିଓ ଙ୍କ ନିର୍ଦ୍ଦେଶ କ୍ରମେ ସାମାଜିକ ସୁରକ୍ଷା ଵିଭାଗ ସଂଯୋଜକ ସୁଧାଂଶୁ ପାଢୀ ମଟୋର ସାଇକେଲ ରେ ହ୍ବିଲ ଚେୟାର ଓ ଆଶାବାଡ଼ି ନେଇ ବିଭିନ୍ନ ଗ୍ରାମର ଭିନ୍ନକ୍ଷମ ମାନଙ୍କୁ ପ୍ରଦାନ କରିଥିଲେ । ରାଢୋ ଗ୍ରାମର ଜିତ ଜେନା ଙ୍କୁ ହ୍ଵିଲ ଚେୟାର ସହିତ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଇଥିବାବେଳେ ଚତୃଭୂଜପୁର ଗ୍ରାମର ମିନତୀ ଦାସଙ୍କୁ ମଧ୍ୟ ହ୍ବିଲ ଚେୟାର ଦିଆଯାଇଛି । ସେହିଭଳି ମାଳଦା ଗ୍ରାମର ନୀହାରିକା ଜେନାଙ୍କୁ ଶ୍ରୀ ପାଢୀ ଆଶାବାଡ଼ି ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ