ଉତ୍କଳ ଗୈାରବ ମଧୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ଓ ସୂର୍ଗତ ଦୀନବନ୍ଧୁ ସାହୁଙ୍କ ଫଟୋଚିତ୍ର ଉନ୍ମୋଚନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲା ଓକିଲସଙ୍ଘ ସଭାଗୃହରେ ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ୮୭ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଓକିଲ ସଙ୍ଘରେ ପୂର୍ବତନ ମନ୍ତ୍ରୀ, ଆଡଭୋକେଟ ଜେନେରାଲ ତଥା କେନ୍ଦ୍ରାପଡାର ବରପୁତ୍ର ଦୀନବନ୍ଧୁ ସାହୁଙ୍କ ଏକ ଫଟୋଚିତ୍ରକୁ ଜିଲ୍ଲାଜଜ ବାସୁଦେବ ପଣ୍ଡା ଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିବା ସହ ବକ୍ତବ୍ୟ ରଖିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ଧୃବ ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାଜଜ ମୋହନ ରାଓ ଦୋରା,ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜ୍ଞାନରଞ୍ଜନ ପଟ୍ଟନାୟକ,ଅତିରିକ୍ତ ସବଜଜ ଶୋଭନ କାନୁନଗୋ,ଉପଖଣ୍ଡ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ(ଏସଡିଜେଏମ) ଦିଗବିଜୟ ଦାସ,ମୁନସିଫ ପ୍ରଜ୍ଞା ପୂଜାପ୍ରଦା,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଶର୍ମିଷ୍ଠା ଜେନା,ସରିତା ପଣ୍ଡା,ନାଜରୀନ ଖାନ,ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ସ୍ୱତନ୍ତ୍ର ଓଡିଶା ଗଠନରେ ଅବଦାନ,ତ୍ୟାଗ,ନିଷ୍ଠା ଓ ବହୁମୁଖୀ ପ୍ରତିଭାର ଅବତାରଣା ସହିତ ଦୀନବନ୍ଧୁ ସାହୁଙ୍କ କେନ୍ଦ୍ରାପଡା ପ୍ରତି ଅବଦାନ ଓ ଜଣେ ପ୍ରତ୍ୟୁପନ୍ନମତି ବିଚକ୍ଷଣ ଆଇନଜୀବି ଭାବେ ତାଙ୍କର ବୈଶିଷ୍ଠତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବି ଭୀମସେନ ଭୂୟାଁ,ବିଚିତ୍ରାନନ୍ଦ ମହାନ୍ତି,ସରୋଜରାଜ ସିଂ,ହାଡିବନ୍ଧୁ ବେହେରା,ଧିରେନ କୁମାର ସାହୁ, ଗୋକୁଳଞ୍ଜନ ଦାସ,ବଳଦେବ ପ୍ରସାଦ ସାମନ୍ତରାୟ,ଚନ୍ଦ୍ରଭାନୁ ବଳ,ନିତ୍ୟାନନ୍ଦ ସ୍ୱାଇଁ,ତମସା ପାତ୍ର,ରମେଶ ପ୍ରସାଦ ଲେଙ୍କା,ଚୈତନ୍ୟ ମଲ୍ଲିକ,ରେଣୁବାଳା ସାମଲ,ଉଷା ଦାସ,ଗଗନ ଖଟୁଆ,ଲକ୍ଷ୍ମଣ ସାହୁ,ଆଶିଷ ସାମଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶେଷରେ ଓକିଲ ସଙ୍ଘ ସମ୍ପାଦକ ଦିଲ୍ଲିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।