ଉତ୍କଳ ଯୁବ ଯାଦବ ମହାସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ କଲ୍ୟାଣ ମଣ୍ଡପ ଠାରେ ଭଦ୍ରକ ଜିଲ୍ଲା ଉତ୍କଳ ଯୁବ ଯାଦବ ମହାସଭା ବୈଠକ ସଭାପତି ରବିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସାମ୍ବାଦିକ ଧ୍ରୁବଚରଣ ବାରିକ, ସନ୍ତୋଷ ଦାସ, ଅନୀଲ ବାରିକ, ପ୍ରକାଶ ମହାପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ କଲ୍ୟାଣ ମଣ୍ଡପ ପରିସର ମଧ୍ୟରେ ଅତିଥିମାନେ ଦେବଦାରୁ ଓ ବଉଳ ବୃକ୍ଷ ରୋପଣ କରିଥିଲେ । ଏହାଛଡା କରୋନା ଯୋଦ୍ଧା ଭାବେ ବିଭିନ୍ନ ସମ୍ବାଦ ପତ୍ରରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।


