ଉତ୍ତୀର୍ଣ୍ଣ ଡାକ୍ତରମାନଙ୍କୁ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଂବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ ମେଡିକାଲ କଲେଜରୁ କୃତିତ୍ୱର ସହ ପ୍ରଥମ ବ୍ୟାଚ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ୯୮ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଦିନ ଅପରାହ୍ନରେ ଏକ ଭାବପୂର୍ଣ୍ଣ ଉତ୍ସବରେ ସଂବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଷ୍ଟେସନ କ୍ଲବ୍ ପରିସରରେ ଅନୁଷ୍ଠିତ ସଂବର୍ଦ୍ଧନା ସଭାରେ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଅଧ୍ୟକ୍ଷତା କରିଥିଲେ । ଅତିଥି ଓ ବକ୍ତାଭାବେ ଜିଲ୍ଲା ପରିଷଦର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ବ୍ରିଟ୍‌ର ଅଧ୍ୟକ୍ଷ ଆଲୋକ କୁମାର ସାହୁ, ରେମୁଣା ବ୍ଲକ୍ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଇମାମୀ ପେପର ମିଲ୍‌ର ଅଧିକାରୀ ମନୋଜ କୁମାର ପାଢ଼ୀ, ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମୀରା ପତିଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ପୂର୍ବତନ ସଭାପତି ପ୍ରଫେସର ଅନନ୍ତ ପ୍ରଧାନ, ପୂର୍ବତନ କାର୍ଯ୍ୟକାରୀ ସଭାପତି ରୋଟାରିୟାନ୍ ସୁବ୍ରତ କର, କାର୍ଯ୍ୟକାରୀ ସଭାପତି ଇଂ. ହୃଷିକେଶ ସାହୁ ଓ ସାଧାରଣ ସଂପାଦକ ପ୍ରଦୀପ ଦାସ ମଞ୍ଚାସୀନ ଥାଇ ସେମାନଙ୍କ ବକ୍ତବ୍ୟରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ କ୍ରିୟାନୁଷ୍ଠାନ କମିଟିର ଦୀର୍ଘ ବର୍ଷ ସଂଗ୍ରାମର ଇତିହାସ ସଂପର୍କରେ ସୂଚନା ଦେଇ ନୂତନ ଡାକ୍ତରମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମସ୍ତ ଅତିଥି ଓ କର୍ମକର୍ତ୍ତାମାନେ ପ୍ରତ୍ୟେକ ଡାକ୍ତରଙ୍କୁ ପୁଷ୍ପ ଓ ଉପଢୌକନ ଦେଇ ସଂବର୍ଦ୍ଧିତ କରିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ବ୍ୟାସକବି ଫକୀରମୋହନଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପ ପ୍ରଦାନ କରିଥିଲେ । ଡ. କ୍ଷିତିଶ୍ୱର ଦାଶ ଆଶୀର୍ବାଦ ଶ୍ଳୋକ ପାଠ କରିଥିଲେ । ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ । ସଂବର୍ଦ୍ଧନାର ପ୍ରତିଉତ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଡା. କିର୍ତ୍ତୀମାନ ସାହୁ ଓ ଡାକ୍ତର ସନୁଜା ପଣ୍ଡା ମେଡିକାଲ କଲେଜ ପ୍ରତିଷ୍ଠାରେ ଓ ସେମାନଙ୍କ ଡାକ୍ତରୀ ଶିକ୍ଷାଗ୍ରହଣ ସମୟରେ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଭୂମିକା ସେମାନଙ୍କ ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରି ସଂବର୍ଦ୍ଧନା ପାଇଁ କୃତଜ୍ଞତା ଜଣାଇଥିଲେ ।ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଆନ୍ଦୋଳନରେ ସହଯୋଗ କରିଥିବା ବହୁ ସାମାଜିକ ସଂଗଠନ, ଶିଳ୍ପ ପ୍ରତିଷ୍ଠାନ, ଗଣସଂଗଠନ ଓ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଏହି ଉତ୍ସବରେ ଯୋଗଦେଇ ନୂତନ ଡାକ୍ତରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ରମାରାଣୀ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଶ୍ରୀକାନ୍ତ ବାରିକ, ସିଦ୍ଧି ବିନାୟକ କଲେଜର ଅଧ୍ୟକ୍ଷ ସୁମନ୍ତ ସାହୁ, ଜଗନ୍ନାଥ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟାପକ ଜ୍ୟୋତିରଞ୍ଜନ ପୁହାଣ, ବିଟ୍‌ସ୍ କଲେଜର ନିର୍ଦ୍ଦେକ ନିର୍ମଳ କୁମାର ଧଳଙ୍କ ସମେତ କ୍ରିୟାନୁଷ୍ଠାନ କମିଟିର ଜଳେଶ୍ୱର ଆଞ୍ଚଳିକ କମିଟିର ସଂପାଦକ ଦିଲ୍ଲୀପ ଗିରି, ବସ୍ତା ଅଞ୍ଚଳ କମିଟିରୁ କୁମୁଦ ରଂଜନ ଗିରି, ସୋର କମିଟିରୁ ମାୟାଧର ନାୟକ, ରେମୁଣା କମିଟିରୁ ବିଧାନ ରାୟ, ଜଗଦାନନ୍ଦ ବିଶ୍ୱାଳ, ମିନତୀ ପ୍ରଧାନ, ପ୍ରମିତା ସାହୁ, ଗୋପାଳପୁରରୁ ଭାରତୀ ପଣ୍ଡା, ସ ିଭିଲ୍ ସୋସାଇଟିରୁ ସୀତାରାମ ପ୍ରଧାନ, ବରିଷ୍ଠ ନାଗରିକ ମଞ୍ଚର ଜିଲ୍ଲା ସଂପାଦକ ଦାମୋଦର ନାୟକ, ‘ମାନା’ର ସଭାପତି ପ୍ରଭାକର ସାହୁ, ଫକୀରମୋହନ ସାିହତ୍ୟ ପରିଷଦରୁ କଲ୍ୟାଣୀ ନନ୍ଦ, ପୂର୍ବତନ ସଭାପତି ମମତା ମହାପାତ୍ର, ଉପସାଧାରଣ ସଂପାଦକ ପ୍ରଫୁଲ୍ଲ ଦାସ, ଉପସଭାପତି ଦୀନବନ୍ଧୁ ଲେଙ୍କା, ଉପଦେଷ୍ଟା ଇଂ. ବନମାଳୀ ନାୟକ, ଡ. କେଶବ ଚରଣ ପଣ୍ଡାଙ୍କ ସମେତ ଶ୍ୟାମସୁନ୍ଦର ଜେନା, ଅକ୍ଷୟ କୁମାର ତ୍ରିପାଠୀ, ରଘୁନାଥ ଲେଙ୍କା, ସରସ୍ୱତୀ ପଣ୍ଡା, ବନ୍ଦନା ବିଶ୍ୱାସ, କ୍ରିଷ୍ଣା ସାହା, ଯୋଗେନ୍ଦ୍ର ମାହାର୍ଣ୍ଣା, ସଂଯୁକ୍ତା ବେହେରା, ଲକ୍ଷ୍ମୀପ୍ରିୟା ଜେନା ଓ ଷ୍ଟେସନ କ୍ଲବ୍‌ର ସଭାପତି ଗିରିଜା ଶଙ୍କର ଦାସ ପ୍ରମୁଖ ଉତ୍ସବରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଉପସଭାପତି ନିରଞ୍ଜନ ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ