ଉଦଘାଟିତ ହେଲା ନୂତନ ଅବକାରୀ ଥାନା କୋଠା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ଅଂଚଳର ଥିବା ଅବକାରୀ ଥାନା ଗୋଟିଏ ଭଡା ଘରେ ଚାଲିଥିଲା କିନ୍ତୁ ଦିନକୁ ଦିନ ବୃଦ୍ଧି ପାଉଥିବା ଅବକାରୀ case ଯୋଗୁ ଏହାର ପରିସୀମା ବୃଦ୍ଧି ପାଇ ଗୋଟିଏ ନିଜସ୍ୱ ଅବକାରୀ ଥାନା ପ୍ରତିଷ୍ଠା ପାଇଁ ସରକାରୀ ସ୍ତରରେ ଚେଷ୍ଟା ଚାଲିଥିଲା ଏବଂ ଏହି ଅବକାରୀ ଥାନାର ନୂତନ କୋଠା ର ପ୍ରତିଷ୍ଠା ଉତ୍ସବ ଆଜି ପାଳନ ହୋଇଥିଲା। ଭଞ୍ଜନଗର by pass ରାସ୍ତାର କଡରେ ଏହା ଅବସ୍ଥିତ।ଆଜିର ଏହି ପ୍ରତିଷ୍ଠା ଉତ୍ସବ ରେ ଭଞ୍ଜନଗର ତହସିଲଦାର ଅଚ୍ୟୁତାନନ୍ଦ ଯାନୀ,ଗଂଜାମ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବୀପ୍ରସାଦ ଦାଶ, ଅବକାରୀ ଥାନା ନିରୀକ୍ଷକ ଅଂଶୁମାନ ଜେନା, ଅବକାରୀ ଥାନା ଉପ ନିରିକ୍ଷକ ଅଲିଭା ମାଝୀ ,କୃଷ୍ଣ ଚନ୍ଦ୍ର ସେଠୀ,ଅବନୀ ବେହେରା ତଥା ଥାନା ର ବହୁ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ହିନ୍ଦୁ ରୀତି ନୀତିରେ ହୋମ ଯଜ୍ଞ ସହ ପ୍ରତିଷ୍ଠା ହେବା ପରେ ଗୃହ ପ୍ରବେଶ ହୋଇଥିଲା।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦେବୀ ପ୍ରାସାଦ ଦାସ ପ୍ରେସ ବିବୃତି ରେ କହିଲେ ଯେ ଭଞ୍ଜନଗର ଅଂଚଳରେ ଅବକାରୀ ପ୍ରଦାର୍ଥ ଚୋରି ଓ ଅପରାଧ ରୋକିବା ପାଇଁ ଏହି ଥାନା ବହୁ ପରିମାଣରେ କାର୍ଯ୍ୟ କରିବ,ଆଗରୁ ଏହି ଅବକାରୀ ଥାନା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ କୁ ରୋକିବାରେ ସମର୍ଥ ହୋଇଛି ଏବଂ ଆଗକୁ ଏହି ଥାନା ଜନସାଧାରଣ ଙ୍କ ସହଯୋଗ କରିବ ବୋଲି ପ୍ରକାଶ କରିଥିଲେ ଭଞ୍ଜନଗର ତହସିଲଦାର ଶ୍ରୀଯୁକ୍ତ ଅଚ୍ୟୁତାନନ୍ଦ ଯାନି ମଧ୍ୟ ଥାନାର ଉନ୍ନତି କାମନା ସହ ଶୁଭେଚ୍ଛା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ