କ୍ଷତ୍ରିୟବରପୁରରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ଏବଂ ଆସଭିଆନସ୍ ରେଡ୍ ରିବନ୍ କ୍ଲବ୍ ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇ ଯାଇଛି | ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ଯୋଗ ଦେଇ ଯୁବ ଛାତ୍ରଛାତ୍ରୀଙ୍କୁ ମୋହ ଗ୍ରସ୍ତ ନ ହୋଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ | ମୁଖ୍ୟ ବକ୍ତା ରୂପେ ଦିବ୍ୟ ଜୀବନ ସଂଘର ବିଶିଷ୍ଟ କର୍ମକର୍ତ୍ତା ଶ୍ରୀଧର ଦାସ ଯୋଗ ଦେଇ ମଣିଷତ୍ୱରୁ ଦେଵତ୍ବ ଆଡକୁ ଯିବାକୁ ପରାମର୍ଶ ଦେଇଥିଲେ | ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ କରିଥିଲେ ଏବଂ ସ୍ୱରୂପରାଣୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ I ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲେ |ଅନୁଷ୍ଠିତ ଲିଖନ ପ୍ରତିଯୋଗିତାରେ ବର୍ଷାରାଣୀ ଭୂୟାଁ ସ୍ମୃତିମୟି ସ୍ୱାଇଁ, ମାନସୀ ସ୍ୱାଇଁ, ଚିତ୍ରାଙ୍କନ ପ୍ରତିଯୋଗିତାରେ ଶିବରାମ ଜେନା, କଳ୍ପନା ପରିଡା, ରଶ୍ମିତା ସ୍ୱାଇଁ, ଦୀପାଳି ସାହୁ ଏବଂ ସଂଗୀତ ପ୍ରତିଯୋଗିତାରେ ଶୁଭାଙ୍ଗି ପ୍ରିୟଦର୍ଶିନୀ, ମୀରା ଗୌଡ଼ ଏବଂ ନାରାୟଣ ସେଠି ପୁରସ୍କୁତ ହୋଇଥିଲେ | ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ଦିପୁ ଭୂୟାଁ,ଦେଵେଶ ଚନ୍ଦ୍ର ମହାପାତ୍ର,ମହେଶ୍ୱର ରାଉତ, ସନ୍ତୋଷୀ ପରିଡା, ପି. ଦୀପକ ରାଓ, ରୁପାଲୀ ବିଶୋଇ, ଭାରତୀ ବିଶ୍ୱାଳ, ଗଙ୍ଗାଧର ରଣା, ପିଙ୍କି ପଲାଇ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ