ଉଦଯାପିତ ହେଲା ମାଁ ଅନ୍ଧାରୀ ବନ ଦୁର୍ଗା ମନ୍ଦିର ପ୍ରତିଷ୍ଠା ଉତ୍ସବ
ବାମରା,(ମନୋଜ କୁମାର ରାଜ): ସମ୍ବଲପୁର ଜିଲ୍ଲା ବାମରା ବ୍ଲକ କବରିବାହାଲ ପଞ୍ଚାୟତ ସେଗାପଡ଼ା ସ୍ଥିତ ପୁରାତନ ମାଁ ଅନ୍ଧାରୀ ବନ ଦୁର୍ଗା ମନ୍ଦିରର ବିଗ୍ରହ ଓ ପ୍ରତିଷ୍ଠା ଉତ୍ସବ ଗୁରୁବାର ଦିନ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନ ଅଂକୁର ରୋପଣ,ଧାନ୍ୟ ଅଧିବାସ, କୁଣ୍ଡ ଓ ମଣ୍ଡପ ନିର୍ମାଣ କରାଯାଇଥିଲା । ଦ୍ଵିତୀୟ ଦିନ ଭବ୍ୟ ଶୋଭାଯାତ୍ରାରେ ସ୍ଥାନୀୟ ଜଳାଶୟରୁ କଲଶ୍ ଯାତ୍ରା ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନ ଦେବୀ ଦୁର୍ଗା ଙ୍କ ମହାସ୍ନାନ, ମନ୍ଦିର ଅଧିବାସ,ଶିଖର ସ୍ନାନ ଏବଂ ସୂର୍ଯ୍ୟାସ୍ତ ପରେ ଦେବୀଙ୍କ ଶୟନ ହୋଇଥିଲା । ଶେଷ ଦିନରେ ବିଗ୍ରହ ତଥା ପାର୍ଶ୍ଵ ଦେବା ଦେବୀଙ୍କ ପ୍ରାଣ ପ୍ରତିଷ୍ଠା, ସର୍ବ ଦେବୀ ହବନ, ଚଣ୍ଡୀ ଯଜ୍ଞ ଓ ପୂର୍ଣାହୁତୀ ସଂପନ୍ନ ହୋଇଥିଲା । ଏଥିରେ ଲଗାତାର ୩ ଦିନ ଧରି ପ୍ରତ୍ୟହ ୨୭ କୁଣ୍ଡିୟ ମହାଯଜ୍ଞ ହୋଇଥିଲା । ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ମୁଖ୍ୟ ପଣ୍ଡିତ ପୁରୋହିତ ଦାମୋଦର ରଥଙ୍କ ଟୋଲି ମହାଯଜ୍ଞ ସମ୍ପାଦିତ ହୋଇଥିଲା ଯେଉଁଥିରେ ୨୭ ଯୋଡ଼ି ଶ୍ରଦ୍ଧାଳୁ କର୍ତ୍ତାମାନେ ଯଜ୍ଞରେ ବସିଥିଲେ । ଉତ୍ସବରେ ଅବସରରେ କୁନ୍ତରା ଆଠ ଗାଁ ଛକ ସ୍ଥିତ ଆଶ୍ରମର ସଂସ୍ଥାପକ ଜୀବନ ଚୈତନ୍ୟ ଶ୍ରୀ ପୁରୀଜି ମହାରାଜ ଏବଂ ଜୟ ଗୁରୁ ଦେବ ପ୍ରବଚନ ଦେଇଥିଲେ ସେହିଭଳି ଉତ୍ସବରେ ପଶ୍ଚିମ ଓଡ଼ିଶାର ଜଣାଶୁଣା କଳାକାର ମାନଙ୍କ ଦ୍ୱାରା । ପ୍ରତିଷ୍ଠା ଉତ୍ସବ କମିଟି ସଭାପତି ସଜନ ଖଣ୍ଡେଲୱାଲ, ଉପ ସଭାପତି ସରପଞ୍ଚ ଭଗିନ୍ଦ୍ର କିସାନ, ସଂପାଦକ ସତ୍ୟ ନାରାୟଣ ନାଏକ ଓ କୋଷାଧ୍ୟକ୍ଷ ପ୍ରତାପ ପଟେଲଙ୍କ ତତ୍ତ୍ୱାବଧାନରେ କମିଟି ସଦସ୍ୟ ନୀଳାଦ୍ରି ବିହାରୀ ପଟେଲ,ଦ୍ରୁପଦ କିସାନ, ତନୟ ରାଉତ, ସରୋଜ ଦାଶ, ଘାସିରାମ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି । ରାତ୍ରିରେ ବୈଠିକି କୀର୍ତ୍ତନ, କୀର୍ତ୍ତନ ଧାରା, ଲୋକ ନୃତ୍ୟଗୀତ, ଭଜନ ସଂଧ୍ୟା, ପାଲା, ସହ ଅନ୍ୟାନ୍ୟ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉତ୍ସବରେ ମିନା ବଜାର,ରେହେଣ୍ଟି, ଦୋକାନ ବଜାର ଆଦି ଲାଗିଥିଲା । ଦେବୀଙ୍କ ମନ୍ଦିର ଶୀର୍ଷ ଦେଶରେ ପତ୍ତାକା(ବାନା)ସ୍ଥାପିତ ହୋଇଥିଲା । ନୂତନ ମନ୍ଦିରରେ ସ୍ଥାପିତ ଦେବୀ ମାଁ ବନ ଦୁର୍ଗା ପୂଜା ପାଇବେ.


